ଢେଙ୍କିକୋଟ : କାଠ ମାଫିଆଙ୍କ ଭୂସ୍ବର୍ଗ ପାଲଟିଥିବା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଢେଙ୍କିକୋଟ ବନ କ୍ଷେତ୍ରର କଟରାବେଡା ଦହିବାହାଳି ସାହି ନିକଟରୁ ଗୁରୁବାର ଦିନ ବନ ବିଭାଗ ଚଢ଼ଉ କରି ୭ଖଣ୍ଡ ଶାଳ କାଠ ଗଡ଼ ଜବତ କରିଛି। ଦହିବାହାଳି ସାହି ନିକଟରୁ ଶାଳ ଗଛ କାଟି ଚୋରା ଚାଲାଣ କରାଯାଉଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଅତର୍କିତ ଚଢ଼ଉ କରିଥିଲା । ବନ ବିଭାଗ କର୍ମଚାରୀକୁ ଦେଖି କାଠ ମାଫିଆ ଘଟଣା ସ୍ଥଳ ଛାଡି ଫେରାର ହୋଇଯାଇଥିବା ବେଳେ କାଠ ଗଡ ଗୁଡିକୁ ବନ ବିଭାଗ ଜବତ କରି ଢେଙ୍କିକୋଟ ବନ କାର୍ଯ୍ୟାଳୟକୁ ଆଣିଛି। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୭୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।
ଚୋରା ଶାଳକାଠ ଜବତ
/sambad/media/post_attachments/wp-content/uploads/2023/02/wood-dhenkikot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)