ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ଚଢ଼ାଉ କରି ଏସ୍ଟିଏଫ ଟିମ୍ ଜଣେ ବ୍ୟକ୍ତିଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ, ଗୋଟିଏ ହରିଣ ଓ କୁଟ୍ରା ଛାଲ ଜବତ କରିଛନ୍ତି। ଗ୍ରାହକ ବେଶରେ ଚଢ଼ାଉ କରିବାସହିତ ସେହି ବ୍ୟକ୍ତି ଜଣଙ୍କୁ ଗିରଫ କରିଛନ୍ତି। ହରଭଙ୍ଗା ଅଞ୍ଚଳରେ ବାଘ ଛାଲ କାରବାର ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ଏସ୍ଟିଏଫ୍ ଟିମ୍ ଚାରିଛକରେ ୫ ଦିନଧରି ଡେରା ପକାଇଥିଲେ। ଏହି କାରବାରରେ ହରଭଙ୍ଗାର ଗିରୀଶ ଚନ୍ଦ୍ର ସାହୁ ନାମକ ବ୍ୟକ୍ତି ସମ୍ପୃକ୍ତ ଥିବା ସୂଚନା ପାଇଥିଲେ। ଏହାପରେ ତାଙ୍କୁ ଧରିବାପାଇଁ ଜାଲ ବିଛାଇଥିଲେ ଟିମ୍।
/sambad/media/post_attachments/wp-content/uploads/2023/03/boudha-eee.jpg)
ଗତକାଲି ରାତି ପ୍ରାୟ ୮ଟା ସମୟ। ପୁଲିସର ସ୍ବତନ୍ତ୍ର ଟାସ୍କଫୋର୍ସ ବା ଏସ୍ଟିଏମ୍ ଟିମ୍ ଗ୍ରାହକ ସାଜି ଗିରୀଶଙ୍କ ପାଖକୁ ଯାଇଥିଲେ। ଫଳରେ, ପୁଲିସ ଜାଲରେ ଫସିଯାଇଥିଲେ ଗିରୀଶ। ଗିରୀଶଙ୍କ ଗିରଫ କରିବା ସହିତ ତାଙ୍କଠାରୁ ୩ଟି ଛାଲ ଜବତ କରିବାରେ ଏସ୍ଟିଏଫ୍ ଟିମ୍ ସକ୍ଷମ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/tiger-skin-seized-in-boudha.jpg)