ଭୁବନେଶ୍ବର: ଆସନ୍ତା ଏକ ମାସ ଭିତରେ ରାଜ୍ୟ କଂଗ୍ରେସର ମହିଳା, ଯୁବ, ଛାତ୍ର ଓ ଛାମୁଆ ସଂଗଠନ ସଭାପତି ପଦବି ପୂରଣ କରାଯିବ। ଆଜି ସ୍ଥାନୀୟ କଂଗ୍ରେସ ଭବନରେ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଅନୁଷ୍ଠିତ ହୋଇଥିବା ଚୟନ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଆବାହକ ପ୍ରଦୀପ ମାଝୀ। ଯୁବ କଂଗ୍ରେସ ସଭାପତି ପଦ ପାଇଁ କମିଟି ୪ ଜଣଙ୍କ ନାମ ଉପରେ ବିଚାର କରୁଛି। ଆସନ୍ତା ୩ ଦିନ ମଧ୍ୟରେ ନାମ ଚୁଡ଼ାନ୍ତ କରି ପିସିସିକୁ ତାଲିକା ପ୍ରଦାନ କରାଯିବ। ପରେ ପିସିସିର ସୁପାରିସ ଆଧାରରେ ଏଆଇସିସି ନାମ ଘୋଷଣା କରିବ ବୋଲି ସେ କହିଛନ୍ତି।
ଶ୍ରୀ ମାଝି କହିଥିଲେ ଯେ, କଂଗ୍ରେସର ବିଭିନ୍ନ ଛାମୁଆ ସଂଗଠନର ନେତୃତ୍ବ ପଦବି ଖାଲି ପଡ଼ିଥିବାରୁ ଦଳ ତାର ଆଭିମୁଖ୍ୟ ଲୋକଙ୍କ ପାଖରେ ପହଞ୍ଚାଇପାରୁନି। ଏସବୁ ପଦବି ଶୀଘ୍ର ପୂରଣ ପାଇଁ ଶୀର୍ଷ ସ୍ତରରେ ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବ କଂଗ୍ରେସ ସଭାପତି ପଦ ପାଇଁ ମନୋଜ ବିଶ୍ବାଳ, ନିରଞ୍ଜନ ନାୟକ, ଅଭିଳାଷ ମାଣିଆ ଓ ରାଜୀବ ପଟ୍ଟନାୟକଙ୍କ ନାମ ଉପରେ ଚୟନ କମିଟି ବିଚାର କରୁଛି। ଚୟନ କମିଟିରେ ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ ବିଶ୍ବାଳ ଅଧ୍ୟକ୍ଷ ଥିବାବେଳେ ରଜତ ଚୌଧୁରୀ ସଦସ୍ୟ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/congress-ff-1.jpg)