ଭୁବନେଶ୍ବର : ଓଡ଼ିଶା ଲଳିତ କଳା ଏକାଡେମିର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପାଇଁ ଆଜି ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ଗଠନ କରାଯାଇଛି। ଏଥିରେ ଲଳିତ କଳାଏକାଡେମିର ସଭାପତି ସୁଦର୍ଶନ ପଟ୍ଟନାୟକଙ୍କ ସମେତ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ବ୍ୟୋମକେଶ ତ୍ରିପାଠୀ, ବନବିହାରୀ ପରିଡ଼ା, ବିଜୟ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ରାମକୃଷ୍ଣ ସାହୁ ଓ ଲଳିତ କଳା ଏକାଡେମିର ସଚିବ ପଞ୍ଚାନନ ସାମଲ ସଦସ୍ୟ ଅଛନ୍ତି। କମିଟି ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଚୟନ କରି ସରକାରଙ୍କ ପାଖକୁ ପଠାଇବେ। ଉଲ୍ଲେଖଯୋଗ୍ୟ ୨୦୨୦ ମସିହା ନଭେମ୍ବର ମାସରେ ୨୦୧୬ ମସିହାଠାରୁ ୨୦୨୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ‘ଧର୍ମପଦ ପୁରସ୍କାର’ ଘୋଷଣା କରାଯାଇଥିଲା। ୨୦୧୬ ମସିହା ପାଇଁ ଚିତ୍ରଶିଳ୍ପୀ ବନବିହାରୀ ପରିଡ଼ା, ୨୦୧୭ ମସିହା ପାଇଁ ସ୍ଥପତି ଶ୍ୟାମସୁନ୍ଦର ପଟ୍ଟନାୟକ, ୨୦୧୮ ପାଇଁ ଜଗଦୀଶ କାନୁନଗୋ, ୨୦୧୯ ପାଇଁ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଓ ୨୦୨୦ ପାଇଁ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
‘ଧର୍ମପଦ ପୁରସ୍କାର’ ପାଇଁ ଚୟନ କମିଟି
/sambad/media/post_attachments/wp-content/uploads/2022/05/odisha-lalit-kala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)