ଜିଲ୍ଲା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଦୀପ୍ତିରଞ୍ଜନ ମହାକୁଡ଼ ସଭାପତି, ଶାନ୍ତନୁ କୁମାର ଦାସ ସମ୍ପାଦକ ମନୋନୀତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ରାଜ୍ୟ ସଂଘର କାର୍ଯ୍ୟକାରୀ ସମ୍ପାଦକ ବିଶ୍ୱଜିତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦୀପ୍ତିରଞ୍ଜନ ମହାକୁଡ଼ଙ୍କୁ ଦ୍ୱିତୀୟ ଥର ନିମନ୍ତେ ସଭାପତି ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା।

ସେହିପରି ସମ୍ପାଦକ ଭାବେ ଶାନ୍ତନୁ କୁମାର ଦାସ, ଯୁଗ୍ମ-ସମ୍ପାଦକ ଭାବେ ସଞ୍ଜୀବ ଦଳେଇ ଓ ଫାଇଜାନ- ଉଲ. ହା, କାର୍ଯ୍ୟକାରୀ ସମ୍ପାଦକ ଭାବେ ଚନ୍ଦନ କୁମାର ପାଣିଗ୍ରାହୀ, ଉପ- ସଭାପତି- ଉତ୍ପଳ କୁମାର ଭଦ୍ର ଓ ସୂର୍ଯ୍ୟ ପ୍ରକାଶ ନାଏକ, କାର୍ଯ୍ୟକାରୀ ସଭାପତି ଭାବେ ପ୍ରିୟବ୍ରତ ବେହେରା, କୋଷାଧ୍ୟକ୍ଷ- ସରୋଜ କୁମାର ମହାନ୍ତ, ସହ-କୋଷାଧ୍ୟକ୍ଷ- ଗାର୍ଗୀ ବାରିକ, ତିନି ସବ୍ଡିଭିଜନ ସମ୍ପାଦକ ଭାବେ ଶରତ କୁମାର ବେହେରା, ମନୋଜ କୁମାର ଜେନା, ବିବେକ ନାଏକ, କୋର କମିଟି ଅଧ୍ୟକ୍ଷ ଭାବେ ସନତ ପ୍ରହରାଜ, ରାଜ୍ୟ ସଂଯୋଜକ- ଦେବରାଜ ମିଶ୍ର ଓ ପ୍ରବୀଣ କୁମାର ଚାନ୍ଦ, କାର୍ଯ୍ୟାଳୟ ସଂବାହକ – ମଞ୍ଜିତ କୁମାର ମହାନ୍ତ, ଶରତ ଚନ୍ଦ୍ର ବେହେରା ଓ ଦେବରାଜ ମିଶ୍ର ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ସଂଘର ଆବାହକ ଦେବାଶିଷ ସାର, ଉପଦେଷ୍ଟା ଅଜିତ କୁମାର ମହାନ୍ତି, ସଭାପତି ଶ୍ରୀ ମହାକୁଡ଼ଙ୍କ ଉପସ୍ଥିତିରେ ଜିଲ୍ଲାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ପଣ୍ଡିତ, ଅତସୀ କୁଣ୍ଡୁ, ଭାଗ୍ୟଶ୍ରୀ ହୋତା, ଦେବୀ ପ୍ରକାଶ ମହାନ୍ତ, ସଞ୍ଜୟ ଦାସବାବୁ, କୈଳାସ ମହାଳିକ, ସମୀର କୁମାର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର