ଉତ୍କଳ କରାଟେ ସ୍କୁଲ ପକ୍ଷରୁ ମାଷ୍ଟର ଟ୍ରେନରଙ୍କୁ ଆତ୍ମରକ୍ଷା ତାଲିମ

ଭୁବନେଶ୍ବର : ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଆନୁକୁଲ୍ଲ୍ୟରେ ଉତ୍କଳ କରାଟେ ସ୍କୁଲ ଦ୍ୱାରା ଯୁକ୍ତ ୨ ଛାତ୍ରୀମାନଙ୍କୁ ମାଷ୍ଟର ଟ୍ରେନର ଆତ୍ମରକ୍ଷା ତାଲିମ ଆରମ୍ଭ ହୋଇଛି। ମୋଟ ୧୯ ଜିଲ୍ଲାରୁ ୮୦ ଜଣ +୨ ଛାତ୍ରୀ ଏହି ଶିବିରରେ ଭାଗ ନେଇଛନ୍ତି। ଏହି ଅବସରରେ ଯୋଗଦେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ରଘୁରାମ ଆର ଆୟାର ଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ତଥା ଏହି ଆତ୍ମରକ୍ଷା ଶିକ୍ଷା କୌଶଳ ‘ରିଆକ୍ଟ’ ର ପୁରୋଧା ହରିପ୍ରସାଦ ପଟ୍ଟନାୟକଙ୍କ ତତ୍ବାବଧାନରେ ଶିକ୍ଷା ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର