ଧଣ୍ଡାମୁଣ୍ଡା: ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏକ ସେଲ୍ଫି ପଏଣ୍ଟ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ପୀଠକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହା ଏବେ ମୁଖ୍ୟ ଆକର୍ଷଣ ହୋଇପାରିଛି। ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେଲ୍ଫି ପଏଣ୍ଟର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଖପ୍ରାଖୋଲ ବିଡିଓ ରଶ୍ମିରଂଜନ ରାଉତ, ସହକାରୀ ଯନ୍ତ୍ରୀ ସୌମ୍ୟରଞ୍ଜନ ଜୟପୁରିଆ, ଜେଇ ସୂର୍ଯ୍ୟଭାନୁ ମେହେର, ନାନ୍ଦୁପଲା ସରପଞ୍ଚ ସୁରେଶ ପୂଜାରୀ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଉପସ୍ଥିତ ଥିଲେ। ପରେ ବ୍ଲକ୍ର ବିଭିନ୍ନ ସ୍କୁଲକୁ ଜିଲ୍ଲାପାଳ ପରିଦର୍ଶନ କରିଥିଲେ।
ହରିଶଙ୍କରରେ ସେଲ୍ଫି ପଏଣ୍ଟ ଉଦ୍ଘାଟିତ
/sambad/media/post_attachments/wp-content/uploads/2021/10/a91dabf0-af56-47cb-b694-902fed56bf0a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)