ସେଲ୍‌ଫି ବେବୋ ମୃତ୍ୟୁ ମାମଲା : ଅଭିଯୁକ୍ତ ୟୁଗ୍‌କୁ ରିମାଣ୍ଡରେ ଆଣିବ ସମ୍ବଲପୁର ପୁଲିସ୍‌

ସମ୍ବଲପୁର : ବହୁଚର୍ଚ୍ଚିତ ସେଲଫି ବେବୋ ସିମରନ ସିଂ ମୃତ୍ୟୁ ମାମଲାରେ ଅଭିଯୁକ୍ତ ୟୁଗ୍‌ ସୁନାକୁ ସମ୍ବଲପୁର ପୁଲିସ୍‌ ରିମାଣ୍ଡରେ ଆଣିବ। ସିମରନଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟମୟ ହୋଇ ରହିଥିବା ବେଳେ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ସମ୍ବଲପୁର ପୁଲିସ୍‌ ୟୁଗ୍‌କୁ ପଚରାଉଚରା କରିବ। ତେଣୁ ୭ ଦିନ ରିମାଣ୍ଡରେ ଆଣିବାକୁ ସମ୍ବଲପୁର ପୁଲିସ୍‌ କୋର୍ଟରେ ପ୍ରାର୍ଥନା କରିଥିବା ଏସପି ସଞ୍ଜିବ ଆରୋରା ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖ ଦିନ ସକାଳୁ ମହାନଦୀ ବ୍ରିଜ ତଳୁ ଆଲବମ୍‌ ଅଭିନେତ୍ରୀ ସିମରନ ସିଂଙ୍କ ମୃତ ଦେହ ରକ୍ତାକ୍ତ ଅବସ୍ଥାରେ ମିଳିବା ପରେ ଏହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ତେବେ ସ୍ବାମୀ ୟୁଗ, କାକା ରୁକୁ ସୁନା ଏହି ହତ୍ୟା ପଛରେ ଥିବା ନେଇ ସିମରନଙ୍କ ପରିବାର ଅଭିଯୋଗ କରିବା ପରେ ବୁର୍ଲା ପୁଲିସ୍‌ ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ଏହାବାଦ୍‌ ଯୌତୁକ ନେଇ ମଧ୍ୟ ବିଭିନ୍ନ ସମୟରେ ଝିଅକୁ ତାଙ୍କ ଶାଶୁ ଅତ୍ୟାଚାର କରୁଥିଲେ ବୋଲି ସିମରନଙ୍କ ପରିବାରଲୋକ ବୁର୍ଲା ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର