ଝାରସୁଗୁଡ଼ା: ଝାରସୁଗୁଡ଼ାର ହିର୍ମାରେ ଥିବା ଏସ୍ଏମ୍ସି କାରଖାନାକୁ ଆସୁଥିବା ଅଷ୍ଟ୍ରେଲିଆରୁ ଆସୁଥିବା ମୂଲ୍ୟବାନ୍ କୋଇଲାକୁ ପରିବହନ କରୁଥିବା ଟ୍ରକ୍ର ଚାଳକ ଓ ଖଲାସି ବାଟରେ ଏକ ଢାବାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ବଡ଼ମାଳ ଥାନାରେ ଏତଲା ପରେ ପୁଲିସ୍ ଟ୍ରକ୍ର ଚାଳକ ସତ୍ୟରଞ୍ଜନ ସ୍ବାଇଁ (୩୧) ଓ ଖଲାସି ସୌମ୍ୟରଞ୍ଜନ ସ୍ବାଁ (୩୦)ଙ୍କୁ ଗିରଫ କରିଛି।
ଉଭୟଙ୍କ ଘର ଜଗତସିଂହପୁର ଜିଲ୍ଲା ଭୁତମୁଣ୍ଡାଇ ଗ୍ରାମରେ ବୋଲି ଜଣାପଡ଼ିଛି। ବଡ଼ମାଳ ଥାନା ଆଇଆଇସି ଅମିତାଭ ପଣ୍ଡାଙ୍କ ସୂଚନାନୁରେ ଅଷ୍ଟ୍ରେଲିଆରୁ ଆସିଥିବା ଏହି କୋଇଲାକୁ ପାରାଦୀପର ସନ୍ୟୁକ୍ତା ଟ୍ରାନ୍ସପୋର୍ଟର ଏକ ଟ୍ରକ୍ ବୋଝେଇ କରି ତ ୨୫ ତାରିଖ ଦିନ ଏସ୍ଏମ୍ସି କାରଖାନା ଅଭିମୁଖେ ବାହାରିଥିଲା। ଉକ୍ତ କୋଇଲା ବ୍ଲାଷ୍ଟଫର୍ଣ୍ଣେସ୍ରେ ବ୍ୟବହୃତ ହୋଇଥାଏ। ଟ୍ରକ୍ରେ ମୋଟ ୧୪ ଟନ୍ କୋଇଲା ଥିଲା, ଯାହାର ମୂଲ୍ୟ ୧୨ରୁ ୧୩ ଲକ୍ଷ ଟଙ୍କା ହେବ। ମାତ୍ର ଟ୍ରକ୍ର କର୍ମଚାରୀ ଦ୍ବୟ ଢେଙ୍କାନାଳ ବାଇପାସ୍ରେ ଥିବା ଏକ ଢାବାରେ କିଛି କୋଇଲା ୩୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ। ପରେ ଟ୍ରକ୍ରେ ବାଲି ମାଟି ଆଦି ବୋଝେଇ କରି ତା’ ଉପରେ କିଛି କୋଇଲା ଢାଙ୍କି କାରଖାନାକୁ ଆଣିଥିବା ବେଳେ କ୍ବାଲିଟି ଯାଞ୍ଚ ବେଳେ ଧରାପଡ଼ିଥିଲେ।