ଜଳ ଯୋଗାଣ କର୍ମଚାରୀ ମାନ୍ୟତା ଦାବିରେ ଏସ୍‌ଇଏମ୍‌ଙ୍କ ବିକ୍ଷୋଭ ଓ ଧାରଣା

ଭୁବନେଶ୍ୱର : ଜଳ ଯୋଗାଣ କର୍ମଚାରୀ ମାନ୍ୟତା ପ୍ରଦାନ ଦାବିରେ ଆଜି ଓଡ଼ିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରିଗର ସଂଘ ନେତୃତ୍ୱରେ ଏସ୍‌ଇଏମ୍‌ମାନେ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି। ସଂଘର ହଜର ହଜାର କର୍ମୀ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ସେମାନଙ୍କୁ ଜଳ ଯୋଗାଣ କର୍ମଚାରୀ ମାନ୍ୟତା ପ୍ରଦାନ କରିବା ସହ ସର୍ବନିମ୍ନ ମଜୁରି ୮ହଜାର ଟଙ୍କା ପ୍ରଦାନ କରିବା, ଚାକିରି ସର୍ତ୍ତାବଳୀ ଲାଗୁ କରିବା, ଦୁର୍ଘଟଣା ବୀମାଭୁକ୍ତ କରିବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଦାବି ପୂରଣ ହେବାଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ଏହି ଆନ୍ଦୋଳନରେ ସଭାପତି ପ୍ରଦୀପ୍ତ ରାମ, ସମ୍ପାଦକ ଜିତେନ୍ଦ୍ର ବଳବନ୍ତ ରାୟ, କାର୍ଯ୍ୟକାରୀ ସଭାପତି ରାଜକିଶୋର ମଲ୍ଲିକ, ଉପସଭାପତି ଚିନ୍ତାମଣି ପଟ୍ଟନାୟକ, ଧନୁର୍ଦ୍ଧର ଜେନା, ସୀମାଞ୍ଚଳ ବେହେରା, ଉମେଶ ଚନ୍ଦ୍ର ଘଡ଼େଇ, ପ୍ରଦୀପ୍ତ ପରିଡ଼ା ପ୍ରମୁଖ ନେତୃତତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର