ପ୍ରବଳ ଜାଡରେ ଥରୁଛି କୋରାପୁଟ, ସେମିଳିଗୁଡାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୯ ଡିଗ୍ରି

କୋରାପୁଟ: ଦିନବେଳେ ଶୀତରେ କାଲୁଆ ହେଇ ଯାଉଛି ଦେହ। ଖରାରେ ନ ବସିଲେ ରହି ହେଉନି। ସ˚ଜ ହେଉ ହେଉ ବାଘ ଭଳିଆ ମାଡି ଆସୁଛି ଜାଡ। ରାତି କଥା ଆହୁରି ସା˚ଘାତିକ। ଥରାଇ ଦେଉଛି ସାରା ଶରୀର।  ଦୁଇ ସପ୍ତାହ ହେଲା ଏମିତି ହାଡଭଙ୍ଗା ଶୀତରେ ଥରୁଛି ସାରା କୋରାପୁଟ ଜିଲ୍ଲାର ସେମିଳିଗୁଡା। ଗତ ୫ ଦିନ ହେବ କୋରାପୁଟର ସେମିଳିଗୁଡାରେ ଅନୁଭୂତ ହେଉଛି ଅସହ୍ୟ ଜାଡ। ଶୁକ୍ରବାର ସେମିଳିଗୁଡା ରାଜ୍ୟରେ ରାତ୍ରୀରେ ସର୍ବନିମ୍ନ ତାପମାତ୍ରା ୭.୯ ଡିଗ୍ରୀ ରହିଥିବାବେଳେ କୋରାପୁଟ ୧୦.୫ ରହିଛି। ୧୬ରେ ସେମିଳିଗୁଡା ୭.୬ ଓ କୋରାପୁଟ ୧୦.୫, ୧୫ରେ ସେମିଳିଗୁଡା ୬.୪ ଓ କୋରାପୁଟ ୧୦.୦ ଡିଗ୍ରୀ, ୧୪ ତାରିଖରେ ସେମିଳିଗୁଡା ୯.୦ ଓ କୋରାପୁଟ ୧୧ ଡିଗ୍ରୀ, ୧୩ ତାରିଖରେ ସେମିଳିଗୁଡା ୧୦.୩ ଓ କୋରାପୁଟ ୧୨, ୧୨ ତାରିଖରେ ସେମିଳିଗୁଡା ୧୧.୪ ଓ କୋରାପୁଟ ୧୩.୫ ଏବଂ ୧୧ ତାରିଖରେ ସେମିଳିଗୁଡା ୧୩ ଡିଗ୍ରୀ ଓ କୋରାପୁଟ ୧୩ ଡିଗ୍ରୀ ରହିଥିଲା।

ହଠାତ ଶୀତ ପଡିଥିଲାବେଳେ ଲୋକମାନେ ଶୀତରୁ ରକ୍ଷା ପାଇବା ପାଇଁ ତ୍ରାହି ତ୍ରାହି ଡାକିଲେଣି। ଏଥର ଆରମ୍ଭରୁ  ହିଁ ଘାଇଲା କରିଛି ଶୀତ। ୫ ଦିନ ହେଲା ସ୍ଥିତି ଅସମ୍ଭାଳ। କୋରାପୁଟ ୧୨ ଡିଗ୍ରୀ ତଳକୁ ଓ ସେମିଳିଗୁଡାରେ ସର୍ବନିମ୍ନ ୯ ଡିଗ୍ରୀ ତଳକୁ ଖସି ଆସିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏହି ସପ୍ତାହ ସାରା ଏମିତି ଶୀତ ଲହରୀ ଜାରି ରହିବାକୁ ରହିଥିବାବେଳେ ସମ୍ଭାବ୍ୟ ଲଘୁ ଚାପ ଯୋଗୁଁ ବର୍ଷାର ସମ୍ଭାବନା ରହିଥିବାରୁ ରାତିରେ ତାପମ୍ରାତ୍ରାରେ ସୁଧାର ଆସିବ ବୋଲି ଜଣାପଡିଛି। କୋରାପୁଟକୁ ଚଳିତବର୍ଷ ସ[ଳ ଆସଛି ଶୀତ ଆସିଛି ।

ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପତ୍ୟାବର୍ତ୍ତନ କରୁ କରୁ ଆରମ୍ଭ ହୋଇଛି ଶୀତର ପ୍ରକୋପ। ଏଠାରେ ତାପମାତ୍ରା ୧୦ରୁ ୧୨ଡିଗ୍ରୀ ସେଲସିୟସ ପାଖାପାଖି ରହୁଥିଲାବେଳେ ଜିଲ୍ଲାର ଅଧିକା˚ଶ ଅ˚ଚଳରେ ଏହା ଆହୁରି ତଳକୁ ଖସି ଆସିବା ଆଶାଙ୍କା କରାଯାଉଛି। କୋରାପୁଟ ସହର ସମତେ କୋଲାବ, ଲମତାପୁଟ, ଦାମନଯୋଡି, କାକିରିଗୁମ୍ମା, ନନ୍ଦପୁର, ପଟାଙ୍ଗୀ, କୁନ୍ଦୁଲି ଆଦି ଅ˚ଚଳରେ ଶୀତର ପ୍ରକୋପ ଅଧିକ ରହିଛି। ଜୟପୁର, ବୈପାରିଗୁଡା, ବୋରିଗୁମ୍ମା ଆଦି ଅ˚ଚଳରେ ବି ଶୀତ ଜୋର ଆରମ୍ଭ ହେଲାଣି। କୋଲାବ ଜଳଭଣ୍ତାରରକୁ ଲାଗି ରହିଥିବା ଅ˚ଚଳରେ ଶୀତର ମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଏପରିକି ଲମତାପୁଟ ଓ କୋଲାବରେ ଅସମ୍ଭାଳ ଶୀତ ଆରମ୍ଭ ହୋଇଛି।  ପଟାଙ୍ଗୀ, କାକିରିଗୁମ୍ମା, ଦାମନଯୋଡିରେ ଦିନ ତମାମ ଥଣ୍ତା ପରିବଶେ ରହୁଛି। ରାତିରେ ପାରଦ ବହୁ ତଳକୁ ଖସି ଆସୁଛି। ଏମିତି ଜୋରରେ ଶୀତ ପଡିବାରୁ ସାଧାରଣ ଜୀବନ ଉପରେ ଏହାର ପ୍ରଭାବ ପଡିଛି। ଶୀତରେ ବୟସ୍କ ଲୋକେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ସମ୍ବନ୍ଧିତ ଖବର