ଜୟପୁର: ବନ ବିଭାଗ ଜୟପୁର ବନଖଣ୍ଡ ଏବଂ ଏମ ଏସ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନର ମିଳିତ ଅନୁକୂଲ୍ୟରେ ଏମ ଏସ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ପରିସରରେ ଗୁପ୍ତେଶ୍ବର ଜୈବ ବିବିଧତା ପରିଚାଳନା ସମିତିର ପ୍ରଥମ ଆଲୋଚନାଚକ୍ର ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ବନସଂରକ୍ଷକ ସୁବାସ ଚନ୍ଦ୍ର ଖୁଣ୍ଟିଆ, ଓଡ଼ିଶା ଜୈବ ବିବିଧତା ବୋର୍ଡର ରାଜ୍ୟ ସଂଯୋଜକ ଡା. ଶୁଭ୍ରାଂଶୁ ଏସ ନାୟକ, ପ୍ରାଣୀ ତତ୍ଵବିତ, ଓଡ଼ିଶା ଜୈବ ବିବିଧତା ବୋର୍ଡ ଡା. ସତ୍ୟ ରଞ୍ଜନ ବେହେରା  ଯୋଗ ଦେଇ ଜୈବ ବିବିଧତା ପରିଚାଳନା ସମିତିର ସଦସ୍ୟମାନଙ୍କୁ ଆଞ୍ଚଳିକ ଜୈବ ବିବିଧତାର ଯତ୍ନ ଏବଂ ସୁରକ୍ଷା ନିମନ୍ତେ ତାଙ୍କର ଭୂମିକା ଉପରେ ଆଲୋକପାତ କରିବା ସଂଗେ ବିଲୁପ୍ତ ପ୍ରାୟ ପ୍ରାଣୀ ଏବଂ ଉଦ୍ଭିଦକୁ ସୁରକ୍ଷାରେ ସେମାନଙ୍କର ସାହାଯ୍ୟ ଏବଂ ସହଯୋଗ ଏକାନ୍ତ କାମନା କରିଥିଲେ।

Advertisment

ଏମଏସ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, କୋରାପୁଟର ନିର୍ଦ୍ଦେଶକ ଡା ଏମ. ଏମ. ହୋସେନ ଯୋଗ ଦେଇ ଏକ ଜୈବ ବିବିଧତା ରେ ପରିପୂର୍ଣ ଅଂଚଳ ଓ ତାର ପ୍ରତ୍ୟେକ ପ୍ରାଣୀ ଏବଂ ବୃକ୍ଷଲତା ଔଷଧୀୟ ଗୁଣବତ୍ତା ରେ ପରିପୂର୍ଣା ତେଣୁ ତାର ସୁରକ୍ଷା ଏବଂ ଉଚିତ ବ୍ୟବହାର କରିବା ଉପରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ଏସିଏଫ୍ ଶ୍ରୀ ଖୁଣ୍ଟିଆ ଗୁପ୍ତେଶ୍ୱର ଜୈବ ବିବିଧତା ଏବଂ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ର ସୁରକ୍ଷା ସମସ୍ତଙ୍କ ର ଦାୟିତ୍ବ  ବୋଲି କହିଥିଲେ। ଡା. କାର୍ତ୍ତିକ ଚରଣ ଲେଙ୍କା ଜଙ୍ଗଲ ପୋଡି, ବନ୍ୟଜନ୍ତୁର ଶିକାର ଏବଂ ଅନିୟମିତ ଜଙ୍ଗଲ ଜାତ ଦ୍ରବ୍ୟର ଅମଳ ଜୈବ ବିବିଧତା ପାଇଁ ଏକ ବିପଦ ସୃଷ୍ଟି କରିଥାଏ।  ତେଣୁ ମାନବିକ ଦୃଷ୍ଟିକୋଣରୁ ଆମେ ଏହାକୁ ରୋକିବା ଏବଂ ତାର ସୁରକ୍ଷା କରିବା ଉଚିତ ବୋଲି ପ୍ରକାଶ କରିଥିଲେ।