ଆଜି ସେନାପଟା ଲାଗି ନୀତି: ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ପହୁଡ଼ ପରେ ରତ୍ନ ସିଂହାସନ ଚାରମାଳ କରାଯିବ। ପରେ ମହାପ୍ରଭୁଙ୍କ ବାହୁଟ କଣ୍ଟ କରାଯିବ। ଆଜି ସକାଳେ ବଉଳ କାଠରେ ସେନାପଟ ଲାଗି କରାଯିବ। ଫଳରେ ଶ୍ରୀଅଙ୍ଗ ସୁରକ୍ଷିତ ରହିବ ଏବଂ ଭକ୍ତମାନେ ଦର୍ଶନ କରିପାରିବେ। ତେବେ ସ୍ନାନଯାତ୍ରା ପରିପ୍ରେକ୍ଷୀରେ ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ନିମନ୍ତେ ସୋମବାର ଦିନ ଆପତତଃ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସର୍ବସାଧାରଣ ଦଶନ ବନ୍ଦ ରହବ। ସ୍ନାନପୂର୍ଣ୍ଣିମା ଦିନ ଭୋର ୪ଟାରୁ ପହଣ୍ଡି ପରେ ଜଳ ବିଜେ, ଦିବ୍ୟସ୍ନାନ ଓ ପରେ ଗଜବେଶ ଦର୍ଶନର ସୁଯୋଗ ମଳିବ। ସ୍ନାନମଣ୍ଡପ ନିକଟକୁ ଯାଇ ଅତି ନିକଟରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ସମ୍ବନ୍ଧିତ ଖବର