ବୌଦ୍ଧ : ବୌଦ୍ଧ ବନଖଣ୍ଡ ପକ୍ଷରୁ ୨୦୧୮ ମସିହାଠାରୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ରଥ ନିର୍ମାଣ ପାଇଁ ରଥକାଠ ପ୍ରେରଣ କରାଯାଉଛି। ୨୦୧୮ରେ ୨୫୬ ଖଣ୍ଡ, ୨୦୧୯ରେ ୨୪୮ ଖଣ୍ଡ, ୨୦୨୦ରେ ୩୪୫ ଖଣ୍ଡ ରଥକାଠ ପ୍ରେରଣ କରାଯାଇଛି। ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ଆଦେଶକ୍ରମେ ଚଳିତ ବର୍ଷ ୭୦୧ ଖଣ୍ଡ କାଠ ମଧ୍ୟରୁ ୪୬୧ ଖଣ୍ଡ କାଠ କଟକ ଖପୁରିଆସ୍ଥିତ ଓଏଫ୍‌ଡିସି ମିଲ ଓ ୨୪୦ ଖଣ୍ଡ ପୁରୀ ରଥ ଖଳାକୁ ପ୍ରେରଣ କରାଯିବ। ୪୬୧ ଖଣ୍ଡ କାଠ ମଧ୍ୟରୁ ୨୯୯ ଖଣ୍ଡ ରଥକାଠ କଟକ ଖପୁରିଆସ୍ଥିତ ଓଏଫ୍‌ଡିସି କରତକଳକୁ ପ୍ରେରଣ ହୋଇସରିଛି। ସୋମବାର ପୂର୍ବାହ୍ନ ୧୦ଟାରେ ସମସ୍ତ ରୀତିନୀତି ଆଧାରରେ ରଥକାଠର ପୂଜାର୍ଚ୍ଚନା ପରେ ୨୪୦ ଖଣ୍ଡ ରଥକାଠ ମଧ୍ୟରୁ ୯୬ ଖଣ୍ଡ ରଥକାଠ ପୁରୀ ରଥଖଳାକୁ ପ୍ରେରଣ କରାଯାଇଛି।

Advertisment

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ନାୟକ, ଏସ୍‌ପି ଭି.ରଘୁନାଥ ରାଓ, ଡିଏଫ୍‌ଓ ଯଶୋବନ୍ତ ସେଠୀ, ଅତିରିକ୍ତି ଜିଲ୍ଲାପାଳ ଏନ୍‌ସି ଜ୍ୟୋତି ରଞ୍ଜନ ନାୟକ, ପିଡି ଡିଆରଡିଏ ବବିତାରାଣୀ ଦଳବେହେରା, ଡିଆଇପିଆର୍‌ଓ ରୀତାକାନ୍ତି ବଳିୟାରସିଂହ, ଏସିଏଫ୍‌ ସୌମ୍ୟ ରଂଜନ ଗୋଚ୍ଛାୟତ, ରେଞ୍ଜ ଅଧିକାରୀ ଅଧିକାରୀ ପ୍ରଦୀପ ‌ବେହେରା, ନାରାୟଣ ସ୍ବାଇଁ, ଫରେଷ୍ଟର ରବୀନ୍ଦ୍ର କୁମ୍ଭାର, ଗୋବର୍ଦ୍ଧନ ମେହେର, ରବୀନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।