ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ ହୋଇଥିବା ଶୁକ୍ରବାର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂତ୍ର ଅନୁସାରେ ବିଗତ ୫ ଦିନ ଦେହ ବିଷ୍ଣୁ ଦାସଙ୍କର ଚିକିତ୍ସା ଜାରି ରହିଛି। ତାଙ୍କୁ ହସ୍ପିଟାଲର ଆଇସିୟୁର ଆଇସୋଲେସନ ୟୁନିଟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ବରିଷ୍ଠ ବିଜେଡ଼ି ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
/sambad/media/post_attachments/wp-content/uploads/2019/07/Bishnu-Das-1.jpg)