ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲଗାଇ ବୃଦ୍ଧ ଗିରଫ

ବିଶୋଇ: ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲଗାଉଥିବା ବେଳେ ଆଜି ଜଣେ ବୃଦ୍ଧ ଧରାପଡ଼ିଛି। ବୃଦ୍ଧ ଜଣକ ହେଉଛନ୍ତି ଯଶିପୁର ଥାନା ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମର ସନାତନ ଦେହୁରୀ(୬୦)। ତାଙ୍କ ନାଁରେ ମଣଦା ଫରେଷ୍ଟ ଅଫିସ୍‌ରେ ମାମଲା ରୁଜୁ କରାଯାଇ ତାଙ୍କୁ କରଂଜିଆ କୋର୍ଟ ଚାଲାଣ କରାଯାଇଛି। ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅପରାହ୍ନରେ ମଣଦା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟରେ ସନାତନ ନିଆଁ ଲଗାଉଥିଲେ। ଖବରପାଇ ଜାମୁଆଣି ସେକ୍ସନ ଫରେଷ୍ଟର କ୍ଷୀତେନ କିସ୍କୁ ସଦଳବଳେ ଚଢ଼ଉ କରି ତାଙ୍କୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର