ସମ୍ବଲପୁର: କରୋନା କାରଣରୁ ବନ୍ଦ ରହିଥିବା ୨୦୧୯-୨୦ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସ୍ବତନ୍ତ୍ର ଟ୍ରେନ୍‌ ୧୮ ତାରିଖ ବୁଧବାର ଦିନ ୧୦ଟା ସମୟରେ ସମ୍ବଲପୁର ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କରିବ।

Advertisment

ଏହି ଟ୍ରେନ୍‌ରେ ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ୧୦ଟି ଜିଲ୍ଲାର ବରିଷ୍ଠ ନାଗରିକମାନେ ଆଗ୍ରା, ମଥୁରା, ବୃନ୍ଦାବନ, ହରିଦ୍ବାର ଆଦି ସ୍ଥାନକୁ ତୀର୍ଥଯାତ୍ରାରେ ଯିବେ। ଏହି ତୀର୍ଥଯାତ୍ରା ପାଇଁ ମଙ୍ଗଳବାରଠାରୁ ବିଭିନ୍ନ ଜିଲ୍ଲାର ତୀର୍ଥଯାତ୍ରୀ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ରେଳଗାଡ଼ିର ଆରମ୍ଭ କରିବେ।