ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସି ବରିଷ୍ଠ ନାଗରିକ ନିଖୋଜ

ପୁରୀ : ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସି ନିଖୋଜ ହୋଇଯାଇଛନ୍ତି କେଉଁଝର ତେଲକୋଇର ବାସିନ୍ଦା ରବୀନ୍ଦ୍ର କୁମାର ଦାସ (୬୦)। ଗତ ୯ ତାରିଖରେ ପରିବାର ଓ ଗାଁ’ ଲୋକଙ୍କ ସହ ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ପରିବାର ବର୍ଗଙ୍କ ମେଳ ମଧ୍ୟରୁ ବାହାରି କେଉଁଆଡ଼େ ଚାଲିଯାଇଥିଲେ। ତେଣୁ ରବୀନ୍ଦ୍ରଙ୍କ ନିଖୋଜ ହେବା ପରେ ଆଉ ଗାଁ’କୁ ନ ଫେରି ପରିବାର ବର୍ଗ ଓ ଗ୍ରାମର ବ୍ୟକ୍ତିବିଶେଷ ତାଙ୍କୁ ୪ ଦିନ ହେଲା ଖୋଜାଖୋଜି ଚଳାଇଛନ୍ତି।

ଏନେଇ ପରିବାର ପକ୍ଷରୁ ସିଂହଦ୍ବାର ଥାନାରେ ଅଭିଯୋଗ ଦିଆଯାଇଛି। ମାତ୍ର ଏପର୍ଯ୍ୟନ୍ତ ‌ରବୀନ୍ଦ୍ରଙ୍କ ପତ୍ତା ମିଳୁନାହିଁ। ପରିବାରବର୍ଗ ତାଙ୍କ ଫଟୋ ଧରି ଖୋଜି ବୁଲୁଥିବା ବ‌େଳେ କିଛି ବ୍ୟକ୍ତି ତାଙ୍କୁ ବାସେଳିସାହି ନିକଟରେ ତ ଆଉ କିଛି ବ୍ୟକ୍ତି ତାଙ୍କୁ ତେଇଶିପୁର ନିକଟରେ ଦେଖିଥିବା କହିଛନ୍ତି। ରବୀନ୍ଦଙ୍କ ସମ୍ପର୍କରେ ଯଦି କେହି କିଛି ସୂଚନା ପାଆନ୍ତି, ତେବେ ୯୬୯୨୧୨୦୨୧୨ରେ ଯୋଗାଯୋଗ କରିବାକୁ ପରିବାରବର୍ଗ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର