ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର ଜଣେ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ପୀଡ଼ିତଙ୍କୁ ନ୍ୟାୟ ଦେବା ଲାଗି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି।
I am deeply concerned about the recent incident involving Lalit Kumar, the son of Hon'ble @GovernorOdisha Raghubar Das. It has been reported that on the night of July 7th, he allegedly assaulted Baikuntha Pradhan, an Assistant Section Officer and the Raj Bhawan in charge at Puri.… pic.twitter.com/yLP0avNKm5
— Niranjan Patnaik (@NPatnaikOdisha) July 13, 2024
ସେ ସାେସିଆଲ୍ ମିଡିଆ‘ଏକ୍ସ’ ରେ ଲେଖିଛନ୍ତି, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର ଜଡ଼ିତ ଥିବା ଘଟଣାକୁ ନେଇ ମୁଁ ଗଭୀର ଚିନ୍ତିତ। ପ୍ରକାଶ ଯେ, ଜୁଲାଇ ୭ ତାରିଖ ରାତିରେ ସେ ପୁରୀର ରାଜଭବନ ଦାୟିତ୍ୱରେ ଥିବା ଜଣେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବାକୁ ଏବଂ ପୀଡିତାଙ୍କ ପାଇଁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରୁଛି।