ପୁରୀ: ଦର୍ଶନ ବିଶୃଙ୍ଖଳାକୁ ନେଇ ଝଡ଼ ପରେ ଆଜି ପୁରୀ ଏସ୍ପି ଡ. କେ. ବିଶାଲ ସିଂହଙ୍କ ନିର୍ଦ୍ଦେଶରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତଙ୍କୁ ପୁରୀ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ଦାୟିତ୍ବରେ ଥିବା ପୁଲିସ କର୍ମଚାରୀମାନେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କୁ ସାଙ୍ଗରେ ନେଇ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ଦର୍ଶନର ଏହି ଫଟୋ ପୁରୀ ଜିଲ୍ଲା ପୁଲିସର ‘ଏକ୍ସ’ ଆକାଉଣ୍ଟରେ ସେୟାର ହେବା ପରେ ଏହା ସାମାଜିକ ଗଣମାଧ୍ୟମରେ ଆଜି ଦିନ ସାରା ଚର୍ଚ୍ଚାରେ ରହିଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବଲିଉଡ୍ ଅଭିନେତା ଅନୁପମ ଖେର୍ ମଧ୍ୟ ଏହାକୁ ପ୍ରଶଂସା କରିଛନ୍ତି। ଏହା ଉପରେ ଟିପ୍ପଣୀ ରଖି ନିଜ ‘ଏକ୍ସ’ ଆକାଉଣ୍ଟରେ ସେ କହିଛନ୍ତି, ଓଡ଼ିଶା ପୁଲିସ ତଥା ପୁରୀ ପୁଲିସ ପକ୍ଷରୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏଭଳି ବ୍ୟବସ୍ଥାର ଭିଡିଓ ଅତ୍ୟନ୍ତ ହୃଦୟସ୍ପର୍ଶୀ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ଡିଜିପି ଓ ପୁରୀ ଏସ୍ପିଙ୍କୁ ଏହା ଟ୍ୟାଗ୍ କରିଛନ୍ତି।
ବରିଷ୍ଠ, ଦିବ୍ୟାଙ୍ଗଙ୍କୁ ଦର୍ଶନ କରାଇଲା ପୁଲିସ
/sambad/media/post_attachments/wp-content/uploads/2023/11/dagdagda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)