ବରିଷ୍ଠ ଆଇଏଏସ୍‌ଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ବ

ଭୁବନେଶ୍ବର : ଧୀରେ ଧୀରେ କୋଭିଡ୍ ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରାଜ୍ୟ ସରକାର ପୁଣି ଥରେ କଟକଣା ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ଆଜି ବିଭିନ୍ନ ଜିଲ୍ଲା ପାଇଁ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଛନ୍ତି।

ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏବଂ ଆଇଏଏସ୍‌ ଅଫିସର ଏନ୍‌ ତିରୁମାଲା ନାଏକଙ୍କୁ ଭୁବନେଶ୍ବର ସିଟି ଦାୟିତ୍ବ ଦିଆଯାଇଛି। ଏହି କ୍ରମରେ ପରିବହନ ସଚିବ ମଧୁସୂଦନ ପାଢ଼ୀ ବାଲେଶ୍ବର ଓ ଭଦ୍ରକ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଏବଂ ଆଇଏଏସ୍‌ ଅଫିସର ବେଣୁଧର ବେହେରା ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡ଼ା, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଝାରସୁଗୁଡା, ସୁନ୍ଦରଗଡ, ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାର ଏବଂ ଆଇଏଏସ୍‌ ଅଫିସର ଶ୍ରୀକାନ୍ତ ପୃଷ୍ଟିଙ୍କୁ ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ବ ଦିଆଯାଇଛି। ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନନ୍ ଗଞ୍ଜାମ ଓ ଗଜପତି ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଆଇଏଏସ୍‌ ଅଫିସର ଡ. ସୁରେଶ ଚନ୍ଦ୍ର ଦଳାଇଙ୍କୁ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା, ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ ଏବଂ ଆଇଏଏସ୍‌ ଅଫିସର ଗୋପବନ୍ଧୁ ଶତପଥୀଙ୍କୁ ଅନୁଗୁଳ, ଦେବଗଡ, ଢେଙ୍କାନାଳ, ଶ୍ରମ ବିଭାଗ ସଚିବ ଚିତ୍ରା ଅରମୁଗମ୍‌ଙ୍କୁ ସମ୍ବଲପୁର ଓ ସୋନପୁର ଜିଲ୍ଲା ଦାୟିତ୍ବ ଦିଆଯାଇଛି। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କୁ ଓ ଆଇଏଏସ୍‌ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ, ଖାଦ୍ୟ ଯୋଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ, ଆଇଏଏସ୍‌ ଅଫିସର ରସିଦ୍‌ ଖାଁଙ୍କୁ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଟି ଆପାଙ୍ଗ୍ ଆଓଙ୍କୁ ଗଜପତି, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲଙ୍କୁ କଟକ ସହର, କଟକ ଗ୍ରାମାଞ୍ଚଳ, ପୁରୀ ଓ ଖୋର୍ଧା ଗ୍ରାମାଞ୍ଚଳ, ନୟାଗଡ ଏବଂ ଆଇଏଏସ୍‌ ଅଫିସର ସୁଶାନ୍ତ ମହାପାତ୍ରଙ୍କୁ କଟକ ସିଟି ଓ କଟକ ଗ୍ରାମାଞ୍ଚଳ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର