ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଧୀରେନ୍ଦ୍ର କୁମାର ଯୋଶୀଙ୍କର ଗତ ଅକ୍ଟୋବର ୩୦ ତାରିଖରେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୯୭ ବର୍ଷ ହୋଇଥିଲା। ଶ୍ରୀ ଯୋଶୀ ୧୯୪୫ ମସିହାରେ ଫ୍ରି ପ୍ରେସ୍ ଜର୍ଣ୍ଣାଲର ଷ୍ଟାଫ୍ ରିପୋର୍ଟର ଭାବରେ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ଇଣ୍ଡିଆନ୍ ନ୍ୟୁଜ୍ କ୍ରୋନିକଲ୍ ଏବଂ ଇଣ୍ଡିଆନ୍ ଏକ୍ସପ୍ରେସରେ କାମ କରିଥିଲେ। ସେଠାରେ ସେ ୧୯୫୯ ପର୍ଯ୍ୟନ୍ତ ସାମ୍ବାଦିକତା କରିଥିଲେ। ବହୁ ଦଶନ୍ଧି ଧରି ସେ ଦୈନିକ ଓଡ଼ିଆ ଖବରକାଗଜ ସମାଜର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଥିଲେ। ସେ ଡି. କେ. ଯୋଶୀ ନାମରେ ଲୋକପ୍ରିୟ ଥିଲେ।
ସେ ହାତଗଣତି ସାମ୍ବାଦିକମାନଙ୍କ ମଧ୍ୟରୁ ଜଣେ ଯିଏକି ୧୯୪୭ ଅଗଷ୍ଟ ୧୫ ତାରିଖରେ ସଂସଦ ଅଧିବେଶନ ଏବଂ ଠିକ୍ ୫୦ ବର୍ଷ ପରେ ୧୯୯୭ରେ ସଂସଦର ମିଳିତ ଅଧିବେଶନର ରିପୋର୍ଟିଂ କରିଥିଲେ। ୧୯୫୦ରୁ ମୃତ୍ୟୁ ପର୍ଯ୍ୟନ୍ତ ୭୦ ବର୍ଷ ପାଇଁ ପିଆଇବିର ମାନ୍ୟତାପ୍ରାପ୍ତ ସାମ୍ବାଦିକ ଥିଲେ। ସେ ୧୯୬୦ ଏବଂ ୧୯୭୦ ମଧ୍ୟରେ ଜାପାନର ମେନିଚି ଖବରକାଗଜ ପାଇଁ ଜଣେ ଭାରତର ସମ୍ବାଦଦାତା ଥିଲେ ଏବଂ ଆମେରିକାରୁ ପ୍ରକାଶିତ ଏକ ଖବରକାଗଜ ପାଇଁ ଭାରତର ପ୍ରତିନିଧି ଭାବେ କାମ କରିଥିଲେ। ସେହିପରି ଲଣ୍ଡନରୁ ପ୍ରକାଶିତ ଜେମିନି ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଦୁଇଟି ପୁସ୍ତକ ରଚନା କରିଥିଲେ। ସେଥିରୁ ‘ଏ ନ୍ୟୁ ଡିଲ୍ ଇନ୍ କାଶ୍ମୀର’ ପୁସ୍ତକ ଅନ୍ୟତମ। ତାଙ୍କର ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ୟଶବର୍ଦ୍ଧନ ଯୋଶୀ ଜଣେ ପିଆଇବିର ମାନ୍ୟତାପ୍ରାପ୍ତ ସାମ୍ବାଦିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Dhirendra-Joshi.jpg)