ବଲାଙ୍ଗୀର : ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର(୬୪ବର୍ଷ)ଙ୍କ ପରଲୋକ ଘଟିଛି। ସମ୍ବଲପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଥିଲେ। ଗତ ବୁଧବାର ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ବର୍ଗ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶୁକ୍ରବାର ରାତିରେ ତାଙ୍କୁ ସମ୍ବଲପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଆଜି ସକାଳୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା। ଦିନ ୧୨ଟା ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍ୱର୍ଗତ ଶଙ୍କର ପ୍ରସାଦ ମିଶ୍ର ଦୈନିକ ଆଶା ଖବରକାଗଜରୁ ସାମ୍ବାଦିକତା ଆରମ୍ଭ କରି ଓଡ଼ିଶାରୁ ପ୍ରକାଶିତ ଅନେକ ଖବରକାଗଜରେ କାମ କରିଥିଲେ। ରାଜ୍ୟ ସ୍ତରରେ ଓଡ଼ିଶା ସାମ୍ବାଦିକ ସଂଘର ଉପସଭାପତି ଓ ପରେ ସଭାପତି ପଦରେ ରହି ଦାୟିତ୍ୱ ତୁଲାଇଥିଲେ। ସ୍ୱର୍ଗତ ମିଶ୍ରଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ବରିଷ୍ଠ ସାମ୍ବାଦିକ ଶଙ୍କର ମିଶ୍ରଙ୍କ ପରଲୋକ
/sambad/media/post_attachments/wp-content/uploads/2020/12/balangir-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)