ଭୁବନେଶ୍ବର: ବରିଷ୍ଠ ନେତା ବିଜୟ ମହାପାତ୍ର ଭାରତୀୟ ଜନତା ପାର୍ଟି (ବିଜେପି)ରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜୟଙ୍କୁ ବିଜେପି ବହିଷ୍କାର କରିଛି। ବିଜୟ ମହାପାତ୍ର ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ। ଚଳିତ ବିଧାନସଭା ନିର୍ବାଚନରେ ବିୟଜଙ୍କ ପୁଅ ଅରବିନ୍ଦ ମହାପାତ୍ର ପାଟକୁରା ଆସନରୁ ବିଜେଡି ଟିକେଟରେ ଅବତୀର୍ଣ୍ଣ ହୋଇଛନ୍ତି।
ସେହିପରି ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବିଜେପି ବିଦା କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ବହିଷ୍କାର କରାଯାଇଛି। ମାହାଙ୍ଗାର ଶାରଦା ପ୍ରଧାନ ଓ ସୋରର ରାକେଶ ମଲ୍ଲିକ ଟିକେଟ ନପାଇବାରୁ ଚଳିତ ନିର୍ବାଚନରେ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/a6c0b748-95c7-4fde-9a39-ef0e10a41394.jpeg)