ଭୁବନେଶ୍ବର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଅସୁସ୍ଥ ଅଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏବେ ସେ ଚିକିତ୍ସିତ ହେଉଛନ୍ତି। ଆଜି ତାଙ୍କ ଜନ୍ମଦିନ ଥିବାରୁ ଶୁଭେଚ୍ଛୁମାନେ ହସ୍ପିଟାଲରେ ଭେଟି ଶୁଭକାମନା ଜଣାଇଛନ୍ତି। ଶ୍ରୀ ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ୍‌ ରାଉତରାୟଙ୍କ ସୂଚନା ଅନୁଯାୟୀ ଡା. ରାଉତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି। ଯକୃତରେ ପାଣି ଜମିଥିବାରୁ ନିୟମିତ ଚେକ୍‌ଅପ୍‌ ପାଇଁ ହସ୍ପିଟାଲରେ ଅଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ଘରକୁ ଫେରିବେ। ଆଜି ଜନ୍ମ ଦିନ ଥିବାରୁ ଶୁଭେଚ୍ଛୁମାନେ ହସ୍ପିଟାଲକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କିଛିଜଣ ତାଙ୍କ ଆରୋଗ୍ୟ ପାଇଁ ମନ୍ଦିରରେ ଦୀପ ଦାନ କରିଛନ୍ତି।