ଭୁବନେଶ୍ବର : ଆଜି ବରିଷ୍ଠ ଓଏଏସ୍ ଅଧିକାରୀମାନଙ୍କ ମଧ୍ୟରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ସେମାନଙ୍କ ମଧ୍ୟରୁ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳସଚିବ ମହେଶ୍ବର ଅଗସ୍ତିଙ୍କୁ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେଠାରେ କାର୍ଯ୍ୟରତ ଅତିରିକ୍ତ ସଚିବ ଅଶୋକ କୁମାର ଭୂୟାଁ ବାଣିଜ୍ୟ ଓ ପରିବହନ ବିଭାଗକୁ ବଦଳି ହୋଇଛନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ ରାଜ୍ୟ ନିର୍ବାଚନ କମିସନରେ କାର୍ଯ୍ୟରତ ସ୍ବତନ୍ତ୍ର ସଚିବ ଅଶୋକ କୁମାର ଦାସଙ୍କୁ ଅବସ୍ଥାପିତ କରିବାକୁ ନିର୍ଦେଶ ଦିଆଯାଇଛି। ତେବେ ଏ ନେଇ କୁଳାଧିପତି ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ସଚିବ ଚିତ୍ତରଂଜନ ପାତ୍ରଙ୍କୁ ଶ୍ରୀ ଦାସଙ୍କ ସ୍ଥାନରେ ରାଜ୍ୟ ନିର୍ବାଚନ କମିସନକୁ ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ମୟୂରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ତୁଷାର କୁମାର ନାୟକଙ୍କୁ କଟକ, ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସର୍ଭେର ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। କେନ୍ଦୁଝର ଆଇଟିଡିଏ ପ୍ରକଳ୍ପ ନିର୍ଦେଶକ ସମ୍ବିତ କୁମାର ନାୟକଙ୍କୁ ବାଲେଶ୍ବର ଏଡିଏମ୍ ଭାବେ ବଦଳି କରାଯାଇଥିଲା। ଏହି ବଦଳି ଆଦେଶକୁ ବାତିଲ କରି ତାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଓଡ଼ିଶା ଲୋକସେବା କମିସନର ଅତିରିକ୍ତ ସଚିବ ସାଓନା ମିଶ୍ର ରାଜସ୍ବ ପର୍ଷଦ, କଟକର ଯୁଗ୍ମ ସଚିବ ଭାବେ ବଦଳି ହୋଇଛନ୍ତି। ଓଡ଼ିଶା ରାଜ୍ୟ ଫୁଡ୍ସ କମିସନରେ ସଦସ୍ୟ ସଚିବ ଭାବେ କାର୍ଯ୍ୟରତ ରାଜଶ୍ରୀ ମହାନ୍ତିଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା, ଭୁବନେଶ୍ବରର ସଚିବ ଭାବେ ବଦଳି ହୋଇଥିଲା। ଏହି ଆଦେଶକୁ ବାତିଲ କରି ତାଙ୍କୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ସଚିବ ଭାବେ କାର୍ଯ୍ୟରତ ଶିବାନୀ ମହାନ୍ତିଙ୍କୁ ଓଡ଼ିଶା ଖାଦ୍ୟ କମିସନର ସଦସ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା କମିସନର ସଚିବ ଦେବଯାନୀ ଧଳଙ୍କୁ ରାଜ୍ୟ ଖାଦ୍ୟ କମିସନର ସଦସ୍ୟ ସଚିବ ଭାବେ ବଦଳି କରାଯାଇଥିଲା। ତେବେ ଏହି ବଦଳି ଆଦେଶକୁ ବାତିଲ କରି ତାଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ସିଇ)କୁ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର ଭାବେ ବଦଳି କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଉପ ସଚିବ ଭାବେ କାର୍ଯ୍ୟରତ ମାନସୀ ମାନ୍ଧତା ଏମ୍ଏସ୍ଏମ୍ଇ ବିଭାଗକୁ ଉପ ସଚିବ ଭାବେ ବଦଳି ହୋଇଛନ୍ତି। ଓଡ଼ିଶା ଏଡ୍ସ କେଣ୍ଟ୍ରାଲ୍ ସୋସାଇଟିରେ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର ପଦବିରେ କାର୍ଯ୍ୟ କରୁଥିବା ସୋନିଆ ବେହେରାଙ୍କୁ ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା କମିସନକୁ ସଚିବ ଭାବେ ବଦଳି କରାଯାଇଛି। ମୟୂରଭଞ୍ଜରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ସଙ୍ଗୀତା ବେହେରାଙ୍କୁ କନ୍ଧମାଳ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିଲା। ଏହି ଆଦେଶକୁ ବାତିଲ କରି ତାଙ୍କୁ ମୟୂରଭଞ୍ଜ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ପଦବିକୁ ବଦଳି କରାଯାଇଛି। ବଲାଙ୍ଗୀରର ପୂର୍ବତନ ତହସିଲଦାର ମହେନ୍ଦ୍ର ମହାପାତ୍ରଙ୍କୁ ସମ୍ବଲପୁର ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି ହୋଇଛି। ନୀଳଗିରି ତହସିଲଦାର ମନୋରମା ଭୂୟାଁଙ୍କୁ ବୀରମିତ୍ରପୁର ତହସିଲଦାର ଭାବେ ବଦଳି ହୋଇଥିଲା। ଏହି ଆଦେଶ ବଦଳି କରି ତାଙ୍କୁ ଭଦ୍ରକ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଛି। ଆଜି ଏସବୁ ବଦଳି ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।