ଓପିଏସ୍‌ସି ପରୀକ୍ଷାରେ ଭିମ୍‌ସାରର ବରିଷ୍ଠ ଆବାସିକ ଡାକ୍ତର ପ୍ରଥମ

ବୁର୍ଲା : ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଜେନେରାଲ ମେଡିସିନ୍ ବିଭାଗରେ ଖାଲି ପଡ଼ିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଓପିଏସ୍‌ସି ମାଧ୍ୟମରେ ପରୀକ୍ଷା କରାଇଥିଲେ। ଏଥିରେ ରାଜ୍ୟର  ୩୦ ଜଣ ଡାକ୍ତର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏକ ନମ୍ବରରେ ରହିଛନ୍ତି ଭିମ୍‌ସାରର ବରିଷ୍ଠ ଆବାସିକ ଡାକ୍ତର ରାଜେଶ ମେହେର। ରାଜେଶ ପାଟଣାଗଡ଼ର ମୂଳନିବାସୀ ବ୍ରଜମୋହନ ମେହେର ଏବଂ ନନ୍ଦିନୀ ମେହେରଙ୍କ ସୁପୁତ୍ର ଅଟନ୍ତି। ରାଜେଶଙ୍କ ଏହି ସଫଳତା ପାଇଁ ଭିମ୍‌ସାର କର୍ତ୍ତୃପକ୍ଷ ତଥା ଡାକ୍ତରମାନେ ଏବଂ ତାଙ୍କ ସାଙ୍ଗସାଥୀ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି।

ରାଜ୍ୟ ସରକାର ନିୟମିତ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ  ବିଜ୍ଞାପନ ବାହାର କରିଥିଲେ। ଏଥିରେ ଡା.ରାଜେଶ ମଧ୍ୟ ଆବେଦନ କରିଥିଲେ। ଗତ ଜୁନ୍ ମାସରେ ଓପିଏସ୍‌ସି ମାଧ୍ୟମରେ ଏଥିପାଇଁ ପରୀକ୍ଷା ହୋଇଥିଲା। ଏଥିରେ ରାଜ୍ୟର ଶତାଧିକ ଡାକ୍ତର ପରୀକ୍ଷା ଦେଇଥିଲେ। ଏଥିରୁ ୩୦ ଜଣ କୃତକାର୍ଯ୍ୟ ହୋଇଥିଲେ ତାହା ମଧ୍ୟରୁ ଡାକ୍ତର ରାଜେଶ ମେହେର ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର