ସିନିଅର ରେସିଡେଣ୍ଟ ଚୟନରେ ଏମ୍‌ଡି/ଏମ୍‌ଏସ୍‌ ମାର୍କକୁ ସାମିଲ କରାଯାଉ

ଭୁବନେଶ୍ବର : ରାଜ୍ୟର ସରକାରୀ ମେଡିକାଲ କଲେଜ ଗୁଡ଼ିକରେ ସିନିଅର ରେସିଡେଣ୍ଟ (ଏସ୍‌ଆର) ଡାକ୍ତର ନିଯୁକ୍ତି ସମୟରେ ସେମାନଙ୍କ ଏମ୍‌ଡି/ଏମ୍‌ଏସ୍‌ ମାର୍କକୁ ବିଚାରକୁ ନେବାକୁ ଦାବି ହୋଇଛି। ସାକ୍ଷାତକାର ସମୟରେ ମାଟ୍ରିକ୍, ଆଇଏସ୍‌ସି ଅପେକ୍ଷା ଏମ୍‌ଡି/ଏମ୍‌ଏସ୍‌ ମାର୍କକୁ ଅଧିକ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଦିଆଯାଇଛି।

ଏସ୍‌ଆର ନିଯୁକ୍ତି ସମୟରେ ମାଟ୍ରିକ୍ ଓ +୨ ମାର୍କ ଗୁରୁତ୍ବ ଦିଆଯାଉଛି। ମାତ୍ର ଏମ୍‌ଡି/ଏମ୍‌ଏସ୍‌ କରିଥିବା ଡାକ୍ତରଙ୍କୁ ସେମାନଙ୍କ ମାର୍କକୁ ବିଚାରକୁ ନିଆଯାଉନାହିଁ। ଏମ୍‌ସ, ନିମାହନ୍‌ସ ଭଳି ଜାତୀୟସ୍ତରୀୟ ଅନୁଷ୍ଠାନ ଗୁଡ଼ିକରେ କେବଳ କ୍ୟାରିୟର ମାର୍କକୁ ବିଚାରକୁ ନିଆଯାଉ ନାହିଁ। ମାତ୍ର ଓଡ଼ିଶାରେ ଏଭଳି ବ୍ୟବସ୍ଥା ନ ଥିବାରୁ ଏମ୍‌ଡି/ଏମ୍‌ଏସ୍‌ କୋର୍ସଧାରୀଙ୍କ କ୍ଷେତ୍ରରେ ଅବିଚାର କରାଯାଉଛି ଡା. ଲଗ୍ନଜିତ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର