ସୁନ୍ଦରଗଡ଼: ୧୯୪୭ ମସିହା ଆଜିର ଦିନରେ ଭାରତ ବିଭାଜନ ହୋଇଥିଲା। ବିଭାଜନ ସମୟରେ ହୋଇଥିବା ହିଂସାରେ ଲକ୍ଷାଧିକ ନିର୍ଦୋଷ ଲୋକ ପ୍ରାଣ ହରାଇଥିବା ବେଳେ କୋଟି କୋଟି ଲୋକ ଭିଟାମାଟି ଛାଡି ଶରଣାର୍ଥୀ ହୋଇଥିଲେ। ସେହିପରି ମହିଳାମାନେ ଅତ୍ୟାଚାର, ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ବିଭୀଷିକାକୁ ଆମେ କେବଳ ଭେଦଭାବ, ଶତ୍ରୁତାର ବିଷ ଦୂର କରିବାକୁ ମନେ ପକାଇବ ତାହା ନୁହେଁ, ବରଂ ଏହା ଏକତା, ସୌହାର୍ଦ୍ଧ୍ୟକୁ ମଧ୍ୟ ଦୃଢ଼ କରିବ। ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ଭାରତ ବିଭାଜନ ବିଭୀଷିକା ସ୍ମୁତି ଦିବସରେ ଅତିଥିମାନେ ଏହି ମତ ରଖିଥିଲେ।
ପ୍ରଥମେ ବ୍ୟାଙ୍କ ଛକ ଠାରୁ ହାତରେ ତ୍ରିରଙ୍ଗା ଓ ମହମବତୀ ଧରି ଏକ ଶୋଭାଯାତ୍ରା ଡିଆରଡିଏ ଛକ ଦେଇ ସଂସ୍କୃତି ଭବନ ପହଞ୍ଚିବା ପରେ ଅତିଥିମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ପରେ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ସରକାରୀ ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧକ୍ଷ ଡ.ଗୌରୀଶଙ୍କର ପଟେଲ, ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ରାଷ୍ଟ୍ରୀୟ ସ୍ୱୟଂ ସେବକ ବିଭାଗ କାର୍ଯ୍ୟବାହ ରତ୍ନାକର ବେହେରା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ବିଶ୍ୱଭାରତୀ ସଂଯୋଜକ ଡ.ନାରାୟଣ ପଟେଲ। ଅନ୍ୟମାନଙ୍କ ମଧ୍ଯରେ ବରିଷ୍ଠ ବିଜେପି ନେତା ରଞ୍ଜନ ପଟେଲ, ପୌର ଅଧକ୍ଷା ତନୟା ମିଶ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ପଟେଲ, ହିମାନୀ ପାଢ଼ୀ, ଲତିକା ପଟ୍ଟନାୟକ, ଶୋଭନ ହୋତା, ରାଜା କାକ, ବିଜେପି ପୌର ପାରିଷଦ ଯୋଗଦେଇଥିଲେ