ମହିଳା ଫରେଷ୍ଟ ଗାର୍ଡ-ଫରେଷ୍ଟର ମାରପିଟ୍‌, ଥାନାରେ ପୃଥକ ମାମଲା ରୁଜୁ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟରେ ବାଡ଼ିଆପିଟା ହୋଇଛନ୍ତି ମହିଳା ଫରେଷ୍ଟ ଗାର୍ଡ ଓ ଫରେଷ୍ଟର। ଫରେଷ୍ଟର ଅସଦାଚରଣ କରିଥିବା ମହିଳା ଗାର୍ଡ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ରେଞ୍ଜର ଓ ମହିଳା ଗାର୍ଡ ମିଶି ତାଙ୍କୁ ମାଡ଼ ମାରିଥିବା ପାଲଟା ଅଭିଯୋଗ କରିଛନ୍ତି ଫରେଷ୍ଟର। ଏ ନେଇ ଠାକୁରମୁଣ୍ଡା ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁସାରେ ଗତ ୨୬ ତାରିଖରେ ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟରେ ଏକ ଭୋଜି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ଫରେଷ୍ଟର ଭାସ୍କର ଚନ୍ଦ୍ର ଘଣା ମହିଳା ଫରେଷ୍ଟ ଗାର୍ଡ କବିତା ବେହେରାଙ୍କୁ ନିଶାସକ୍ତ ଅବସ୍ଥାରେ କୁଆଡ଼େ ଅଶାଳୀନ ବ୍ୟବହାର କରିଥିଲେ। ଏହାକୁ ନେଇ ଅପରାହ୍ନରେ ରେଞ୍ଜର କିଶୋର କୁମାର ପାଣିଗ୍ରାହୀ ଓ ଫରେଷ୍ଟ ଗାର୍ଡ କବିତା ବେହେରା ମିଶି ଫରେଷ୍ଟର ଶ୍ରୀ ଘଣାଙ୍କୁ ଅଫିସ୍‌କୁ ଡାକିବା ସହ ସେଠାରେ ଠେଙ୍ଗାରେ ନିସ୍ତୁକ ପିଟି ଲହୁଲୁହାଣ କରିଥିଲେ। ଫରେଷ୍ଟର ଶ୍ରୀ ‌ଘଣା ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ରେଞ୍ଜର ଶ୍ରୀ ପାଣିଗ୍ରାହୀ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ବ୍ୟକ୍ତିଗତ ଶତ୍ରୁତା ଓ କମିସନ୍‌ ନେଣଦେଣକୁ ନେଇ ରେଞ୍ଜର ଶ୍ରୀ ପାଣିଗ୍ରାହୀ ଓ ଗାର୍ଡ କବିତା ତାଙ୍କୁ ମାଡ଼ ମାରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର