ଭୁବନେଶ୍ୱର : ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନ କିମ୍ବା ଘରେ ପୃଥକ୍ବାସରେ ରହୁଥିବା ଲକ୍ଷଣବିହୀନ କରୋନା ରୋଗୀଙ୍କ ପାଇଁ ସ୍ବାବ୍ ସଂଗ୍ରହ ଦିନଠାରୁ ହିଁ ପୃଥକବାସ ଅବଧି ଲାଗୁ ହେବ। ୧୦ଦିନ ପରେ ସଂପୃକ୍ତ ବ୍ୟକ୍ତିଜଣକ ୭ଦିନ ପାଇଁ ଘରେ ସଙ୍ଗରୋଧରେ ରହିବାକୁ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଘରେ କିମ୍ବା ସ୍ବାସ୍ଥ୍ୟାନୁଷ୍ଠାନରେ ରହିବା ସମୟରେ ଆତ୍ମ ନିରୀକ୍ଷଣ ଅବଧି ବା ସେଲ୍ଫ ମନିଟରିଂ ପରିୟଡ୍ର ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ସେହିପରି ଯେଉଁ ରୋଗୀମାନଙ୍କ କରୋନା ଲକ୍ଷଣ ରହିଛି, ସେମାନଙ୍କର ଲକ୍ଷଣ ଦେଖାଦେବା ଦିନଠାରୁ ହିଁ ୧୦ ଦିନକୁ ହିସାବକୁ ନିଆଯିବ। ତେବେ ଘରେ ପୃଥକବାସରେ ରହୁଥିବା ରୋଗୀଙ୍କ ଲକ୍ଷଣ ଦେଖାଦେବା ଦିନଠାରୁ ଓ ୩ ଦିନ ଜ୍ବର ନ ହେବା ଏବଂ ଲକ୍ଷଣବିହୀନ ରୋଗୀଙ୍କ ସ୍ବାବ୍ ସଂଗ୍ରହର ୧୦ଦିନ ପରେ ରୋଗୀ ଡିସ୍ଚାର୍ଜ ବୋଲି ଧରି ନିଆଯିବ। ପରବର୍ତୀ ୭ଦିନ ରୋଗୀ ନିଜ ଶରୀରର ନିରୀକ୍ଷଣ କରିବା ସହ ପରେ ନିୟମିତ ଭାବେ କାର୍ଯ୍ୟରେ ଯୋଗ ଦେଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଲକ୍ଷଣବିହୀନ ରୋଗୀଙ୍କ ପାଇଁ ପୃଥକ୍ବାସ ଅବଧି ବଦଳିଲା
/sambad/media/post_attachments/wp-content/uploads/2020/09/corona-testing-bkk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)