ସିରିଜ୍ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର

ରାଇରଙ୍ଗପୁର/ବିଜାତଳା: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ବଡାମତଳିଆ ଛକ ନିକଟରେ ସିରିଜ୍ ଦୁର୍ଘଣାରେ ୨ ବାଇକ ଆରୋହୀ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ ବାରିପଦା ପଟୁ ଆସୁଥିବା ପିକଅପ୍ (ଓଡି-୧୧-ଏକ୍ସ ୯୪୮୨) ବଡାମତଳିଆ ନିକଟରେ ଚାଳକ ଭାରସ୍ୟାମ ହରାଇ ପ୍ରଥମେ ଏକ ବାଇକକୁ ଧକ୍କା ଦେବା ପରେ ପାର୍ଶରେ ଥିବା ଏକ କାରକୁ ଧକ୍କା ଦେଇଥିଲା । ବାଇକ ଆରହୀ ଦୁଇଜଣ ଗୁରୁତର ଆହତ ହୋଇଥିଲେ ।ଦୁଇଜଣ ଗୁରୁତର ମାନେ ହେଲେ ଖଣ୍ଡଦେଉଳି ଗ୍ରାମର ଛଟରାୟ ମାର୍ଣ୍ଡି ଓ ଅଜିତ୍ ହେମ୍ବ୍ରମ୍ ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟର ଭର୍ତି କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ଯାନକୁ ପୋଲିସ ଜବତ କରିଛି ।

ସୂଚନାଯୋଗ୍ୟ ଯେ ସେହି ସମାନ ସ୍ଥାନରେ ବର୍ଷକ ମଧ୍ୟରେ ୩ ଥର ଦୁର୍ଘଟଣା ଘଟିଛି । ଏହା ପୂର୍ବରୁ ମଧ୍ୟ ୭ ଥର ଦୂର୍ଘଟଣା ଘଟିଥିବା ବେଳେ ୩ ଜଣକର ପୂର୍ବରୁ ମ୍ୃତୁ୍ୟ ଘଟିଛି । ତେବେ ଗୋଟିଏ ସ୍ଥାନରେ ବାରମ୍ବାର ଦୂର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ମଧ୍ୟରୁ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ।

ସମ୍ବନ୍ଧିତ ଖବର