ବାଣପୁର: ଶନିବାର ସକାଳେ ବାଣପୁର ବାଲୁଗାଁ ଜାତୀୟ ରାଜପଥ ଉପରେ ସିରିଜ ଦୁର୍ଘଟଣା ଘଟିଛି l ବାଣପୁର ଅଲାଈଡିହ ଓଭରବ୍ରିଜ ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୪ଜଶ ଆହତ ହୋଇଛନ୍ତି।

Advertisment

ସୂଚନା ମୁତାବକ, ହ୍ୱାଇଟ ହର୍ଷ ନାମକ ଏକ ଯାତ୍ରୀବାହି ବସ୍ ଏକ ଟ୍ରକକୁ ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣା ହୋଇଥିବା କୁହାଯାଉଛି। ଦୁର୍ଘଟଣା ଘଟିବା ପରେ ବସଟି ରାସ୍ତା ଉପରେ ଅଟକି ରହିଥିଲା l ଏହି ସମୟରେ ବ୍ରହ୍ମପୁର ପଟୁ ସିଲକସିଟି ନାମକ ଏକ ଯାତ୍ରୀବାହି ବସ ଉକ୍ତ ରାସ୍ତା ଦେଇ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ଆରୋହୀକୁ ଧକ୍କା ଦେଇଥିଲା, ଯାହାଫଳରେ ଘଟଣା ସ୍ଥଳରେ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଥିଲା l ଅନ୍ୟପକ୍ଷରେ ବ୍ରହ୍ମପୁରପଟୁ ଅନ୍ୟ ଏକ ଯାତ୍ରୀବାହୀ ବସ୍ ଆସି ଅନ୍ୟ ଏକ ଟ୍ରକକୁ ଧକ୍କା ଦେବା ଫଳରେ ସେଠାରେ ଜଣେ ଗୁରୁତର ଆହତ ହୋଇଥିଲେ ଏବଂ ଅନ୍ୟ ଚାରିଜଣ ସାମାନ୍ୟ ଆହତ ହୋଇଥିଲେ l

ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତା ଖବର ପାଇବା ପରେ ପୁଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ। ଏବେ ମୃତକଙ୍କ ବ୍ୟବଚ୍ଛେଦ କରିବା ବନ୍ଦୋବସ୍ତ କରି ତଦନ୍ତ ଜାରି ରଖିଛି ପୁଲିସ l ମୃତକଜଣକ ବାଲୁଗାଁ ଥାନା ଅନ୍ତର୍ଗତ ନିମିଖେତା ଗ୍ରାମର ଶୁଭମ ପ୍ରହରାଜ ବୋଲି ଜଣାପଡିଛି l

Accident