ଶାସକ ଦଳର ରସିକିଆ ସରପଞ୍ଚଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ : ଶାରୀରିକ ସମ୍ପର୍କ ରଖିଲେ ମିଳିବ ଆବାସ ଯୋଜନାରେ ଘର

ଥାନାରେ ସରପଞ୍ଚ ଅଟକ, ସାଧାରଣରେ ଚାପା ଉତ୍ତେଜନା
ମାମଲାକୁ ଶାସକ ଦଳର ସରପଞ୍ଚଙ୍କ ରଫାଦଫା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଅଭିଯୋଗ

ଭବାନୀପାଟଣା/ମଦନପୁର ରାମପୁର : କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ଶାଳେପାଲି ପଞ୍ଚାୟତର ସରପଞ୍ଚ ଜଣେ ଦଳିତ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ ବୋଲି ସର୍ତ୍ତ ରଖିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି । ଯୁବତୀଙ୍କ ଏତଳାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ ଶାସକ ଦଳର ସରପଞ୍ଚଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣା ନେଇ ଜନସାଧାରଣରେ ଚାପା ଉତ୍ତେଜନା ଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ଶାଳେପାଲି ପଞ୍ଚାୟତର ଜୈନେକା ଯୁବତୀଙ୍କ ଘର ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା । ଯୁବତୀଙ୍କ ବାପା ମାଁ ଗୁଜରାଟ ର ରାଜକୋଟ କୁ ଦାଦନ ଖଟିବାକୁ ଯାଇଛନ୍ତି । ଘରେ କେବଳ ୪ ଭାଇ ଭଉଣୀ ରହନ୍ତି । ବାପା ମାଁ ଦାଦନ କଖଟି ମାସକୁ ୧୦ ହଜାର ଟଙ୍କା ପଠାଇଲେ ୪ ଭାଇ ଭଉଣୀ ପ୍ରତିପୋଷଣ ହୋଇଥାନ୍ତି । ଘର ଭାଙ୍ଗି ଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଶାଳେପାଲି ପଞ୍ଚାୟତରେ ଆବେଦନ କରିଥିଲେ । ପଞ୍ଚାୟତର ସରପଞ୍ଚ ରମେଶଚନ୍ଦ୍ର ସାହୁ ଘର ବଦଳରେ ଶାରୀରିକ ସମ୍ପର୍କ ରଖିବା ପାଇଁ ସର୍ତ୍ତ ରଖିଥିଲେ । ଗର୍ଭବତୀ ହେଲେ ଔଷଧ ଖାଇଦେବୁ ବୋଲି କହିଥିଲେ । ଭଙ୍ଗା କୁଡିଆରେ ରହୁଥିବା ଜଣେ ଯୁବତୀଙ୍କୁ ଘର ପାଇଁ ଦେହ ଦେବା ପାଇଁ ସଙ୍ଗିନ ଅଭିଯୋଗ ନେଇ ଯୁବତୀ ଜଣଙ୍କ ଭୟଭୀତ ହୋଇ ପଡ଼ିଥିଲେ । ବିଭିନ୍ନ ସମୟରେ ଫୋନ ଯୋଗେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ । ଗତ ଅକ୍ଟୋବର ୧୨ ତାରିଖରେ ଫୋନ ଯୋଗେ କଥା ହେଉଥିବା ବେଳେ ପୁଣି ଅକ୍ଟୋବର ୧୮ ତାରିଖରେ ଯୁବତୀ ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଘରକୁ ଯାଇ ଯୌନ ନିର୍ଯାତନା ଦେବା ସହିତ ପ୍ରଘଟ କଲେ ଜୀବନରେ ମାରିଦେବୀ ବୋଲି ଧମକ ଦେଇଥିଲେ ।

ମୁଁ ବିଜେଡି ଦଳରେ ଅଛି ଏବଂ ଶାସକ ଦଳରେ ଥିବା ଯୋଗୁଁ କେହି ମୋର କିଛି କରିପାରିବେ ନାହିଁ ବୋଲି ଚେତାବନୀ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଯୁବତୀ ଜଣଙ୍କ ମଦନପୁର ରାମପୁର ଥାନାରେ ଆଜି ଲିଖିତ ଅଭିଯୋଗ ଦେଇଛନ୍ତି । ମଦନପୁର ରାମପୁର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ ଘଟଣାର ତଦନ୍ତ କରିଛନ୍ତି । ପରେ ପୁଲିସ ଏସ୍ଡ଼ିପିଓ ଥାନାରେ ପହଞ୍ଚି ଏଫଆଇର ନଂ ୦୧୯୫ ଦଫା ୩୪୧,୩୫୪-ଏ, ୩୫୪-ବି, ୩୭୬, ୫୧୧, ଏସଟି ଏସସି ଏଟ୍ରୋସିଟି ଆକ୍ଟ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ପୁଲିସ ପକ୍ଷରୁ ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କୁ ଅଟକ ରଖି ଜେରା କରୁଛି । ଏସ୍ଡ଼ିପିଓ ଯୁବତୀଙ୍କ ବୟାନ ରେକର୍ଡ କରିଛନ୍ତି । ଏନେଇ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ରମାଝୀଙ୍କୁ ପଚାରୁବାରୁ ସରପଞ୍ଚଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ସରପଞ୍ଚ ରମେଶଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଏହା ଏକ ରାଜନୀତି ଷଡ଼ଯନ୍ତ୍ର ଓ ମତେ ଫସେଇବା ପାଇଁ ମିଥ୍ୟ ଅଭିଯୋଗ ଅଣାଯାଇଛି ବୋଲି କହିଥିଲେ । ଏହି ଘଟଣା ପରେ ସାଧାରଣରେ ଚାପା ଉତ୍ତେଜନା ଲାଗି ରହିଛି । ଶାସକ ଦଳର ସରପଞ୍ଚ ହୋଇଥିବା ଯୋଗୁଁ ମାମଲାକୁ ରଫାଦଫା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ନେଇ ସାଧାରଣ ରେ ଚାପା ଉତ୍ତେଜନା ଲାଗି ରହିଛି ।

ସମ୍ବନ୍ଧିତ ଖବର