୧୬ରୁ ୩ ଜିଲ୍ଲା‌ରେ ସେରୋ ସର୍ଭେ

ଭୁବନେଶ୍ବର : ଆସନ୍ତା ୧୬ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ ଅନୁଷ୍ଠିତ ହେବ। ଆରଏମ୍‌ଆରସି ଭୁବନେଶ୍ବର ପକ୍ଷରୁ ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ୧୦ଟି ଲେଖାଏଁ କ୍ଲଷ୍ଟରରେ ନମୁନା ସଂଗ୍ରହ କରାଯିବ। ନମୁନା ସଂଗ୍ରହ ପାଇଁ ଆବଶ୍ୟକ ସହାୟତା ପ୍ରଦାନ କରିବା ଲାଗି ଏହି ୩ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ଭୁବନେଶ୍ବରରେ ମଧ୍ୟ ଆରଏମ୍‌ଆରସି ଭୁବନେଶ୍ବର ପକ୍ଷରୁ ଦୁଇ ଦିନିଆ ସେରୋ ସର୍ଭେ ନିକଟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଔଷଧ ଦୋକାନୀରେ କାର୍ଯ୍ୟରତ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଛି।

ସମ୍ବନ୍ଧିତ ଖବର