ରାଜ୍ୟର ୧୨ ଜିଲ୍ଲାରେ ହେବ ସେରୋ ସର୍ଭେ

ଭୁବନେଶ୍ବର : ରାଜ୍ୟର ୧୨ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଆରଏମ୍‌ଆରସି ନିର୍ଦେଶିକାଙ୍କୁ ଚିଠି ଲେଖା ଯାଇଛି। ଏଥିରେ ସ୍ବାସ୍ଥ୍ୟକର୍ମୀଙ୍କ ସହିତ ସାଧାରଣ ଲୋକଙ୍କ ବୟସାନୁଭିତ୍ତିକ ସେରୋ ସର୍ଭେ କରିବା ଲାଗି କୁହାଯାଇଛି। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଧା, ପୁରୀ, ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ସେରୋ ସର୍ଭେ ହେବ। ଯାହାଫଳରେ ଲୋକମାନଙ୍କ ମଧ୍ୟରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହୋଇପାରିବ। ଏଥିପାଇଁ ସମୁଦାୟ ୫୭ଲକ୍ଷ ୭୦ ହଜାର ଟଙ୍କା ଖର୍ଚ ହେବା ସହିତ ପିଏଚ୍‌ଆରଏଫ୍‌ରୁ ଭରଣା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର