ପୂର୍ବତଟ ରେଳର ସୂଚନା : ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ପରେ ରେଳ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ୧୦ଟି ଟ୍ରେଡ୍‌ ୟୁନିୟନ ଏବଂ ତାଙ୍କୁ ସମର୍ଥନ କରି କେତେକ ରାଜନୈତିକ ଦଳ ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ ପାଳନ କରୁଥିବା ଯୋଗୁଁ ପୂର୍ବତଟ ରେଳ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ରେଳ ଚଳାଚଳ ବାଧା ପାଇଥିଲା। ପ୍ରତିବାଦକାରୀଙ୍କୁ ବୁଝାସୁଝା କରାଯିବା ପରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି।

ପୂର୍ବତଟ ରେଳ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ , ସକାଳ ୬ଟା ବେଳେ ତାଳଚେର, ସକାଳ ୬: ୩୦ରେ ଭୁବନେଶ୍ୱର, ୬: ୧୫ରେ ଭଦ୍ରକ, ସକାଳ ୬: ୨୫ରେ କେନ୍ଦୁଝରଗଡ଼, ସକାଳ ୭:୦୦ରେ ବ୍ରହ୍ମପୁର, ସକାଳ ୭: ୨୦ରେ ପୁରୀ, ସକାଳ ୮: ୦୦ରେ କଟକ ରେଳ ଷ୍ଟେସନ୍‌ରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ସକାଳ ୯: ୩୦ରେ, କେନ୍ଦୁଝରଗଡ଼ରେ ୮: ୨୦ ମିନିଟ୍‌ରେ ଓ ବ୍ରହ୍ମପୁରରେ ୮: ୩୦ରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲା। ଏଥିଯୋଗୁଁ ବିଭିନ୍ନ ଷ୍ଟେସନ୍‌ରେ ଅଟକି ରହିଥିବା ଅନେକ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ନିମ୍ନରେ ଟ୍ରେନଗୁଡ଼ିକ ସଂପର୍କରେ ସୂଚନା ଦିଆଗଲା।

୬୮୪୦୭ ଭଦ୍ରକ-ବ୍ରହ୍ମପୁର ପାସେଞ୍ଜର୍‌ ଟ୍ରେନ୍‌ ଭଦ୍ରକ ଷ୍ଟେସନ୍‌ରେ ସକାଳ ୬: ୩୦ରୁ ଅଟକିଥିଲା।
୫୮୪୨୫ କେନ୍ଦୁଝରଗଡ଼-ଭୁବନେଶ୍ୱର ପାସେଞ୍ଜର୍‌ କେନ୍ଦୁଝର ଷ୍ଟେସନ୍‌ରେ ସକାଳ ୬: ୩୦ରୁ ୮: ୪୦ ଯାଏଁ ଅଟକିଥିଲା।
୧୨୮୯୩ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟର୍‌ସିଟି ଭୁବନେଶ୍ୱର ଷ୍ଟେସନ୍‌ରେ ସକାଳ ୬: ୩୦ରୁ ୭: ୧୫ ଯାଏଁ ଅଟକିଥିଲା।
୧୨୮୬୩ ହାଓ୍ଵଡ଼ା-ଯଶୋବନ୍ତପୁର ଏକସ୍‌ପ୍ରେସ୍‌ ବ୍ରହ୍ମପୁର ଠାରେ ସକାଳ ୬: ୦୦ଟାରୁ ୮: ୩୦ ଯାଏଁ ଅଟକିଥିଲା।
୬୮୪୩୪ ଇଚ୍ଛାପୁର-କଟକ ମେମୁ ବ୍ରହ୍ମପୁରରେ ସକାଳ ୭: ୦୫ ରୁ ୮: ୩୫ ଯାଏଁ ଅଟକିଥିଲା।
୫୮୧୩୨ ପୁରୀ-ରାଉରକେଲା ପାସେଞ୍ଜର ଭୁବନେଶ୍ୱର ଠାରେ ସକାଳ ୬: ୪୦ ରୁ ୮: ୩୦ ଯାଏଁ ଅଟକିଥିଲା।
୧୨୮୪୨ ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ୍‌ ଭୁବନେଶ୍ୱର ଠାରେ ସକାଳ ୭: ୩୦ ରୁ ୮: ୨୨ ଯାଏଁ ଅଟକିଥିଲା।
୧୨୮୪୪ ଅହମଦାବାଦ-ପୁରୀ ଏକ୍ସପ୍ରେସ୍‌ ବାଲୁଗାଁ ଠାରେ ସକାଳ ୭: ୨୫ ରୁ ୭: ୫୦ ଯାଏଁ ଅଟକିଥିଲା।
୧୮୪୪୮ ଜଗଦଳପୁର-ଭୁବନେଶ୍ୱର ହୀରାକୁଦ ଏକ୍ସ୍‍ପ୍ରେସ୍‌ ବାଲୁଗାଁ ଠାରେ ସକାଳ ୮; ୦୦ରୁ ୮: ୪୦ ଯାଏଁ ଅଟକିଥିଲା।
୧୮୬୪୬ ହାଇଦ୍ରାବାଦ-ହାଓଡ଼ା ଇଷ୍ଟ୍‍ କୋଷ୍ଟ୍‍ ଏକ୍ସପ୍ରେସ୍‌ ନିରାକାରପୁର ଠାରେ ୭: ୮୯ ରୁ ୮: ୩୦ ଯାଏଁ ଅଟକିଥିଲା।
୧୨୨୪୬ ଯଶୋବନ୍ତପୁର-ହାଓଡ଼ା ଦୂରନ୍ତ ଏକ୍ସପ୍ରେସ୍‌କୁ ନିୟନ୍ତ୍ରଣ କରାଯାଇଥିଲା। ତାହା ସକାଳ ୯: ୦୭ରେ ଛତ୍ରପୁର ଛାଡ଼ିଛି।
୧୨୭୦୪ ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ୍‌ ସୋମପେଟା ଠାରେ ସକାଳ ୬: ୫୫ରୁ ୮: ୨୦ ଯାଏଁ ଅଟକିଥିଲା।
୬୮୪୨୦ ପଲାସା-ଭୁବନେଶ୍ୱର ମେମୁ ମଣ୍ଡାସା ରୋଡ୍‌ରେ ସକାଳ ୭: ୨୧ରୁ ୮: ୩୪ଯାଏଁ ଅଟକିଥିଲା।
୧୨୮୪୬ ବାଙ୍ଗାଲୋର୍‌ କ୍ୟାଣ୍ଟ-ଭୁବନେଶ୍ୱର ଏକ୍ସପ୍ରେସ୍‌ ପଲାସା ଠାରେ ସକା ୭: ୩୬ରୁ ୮: ୪୬ ଯାଏଁ ଅଟକିଥିଲା।

ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ୫୮୪୧୭ ପୁରୀ-ଗୁରୁପର ପାସେଞ୍ଜର୍‌ ଏବଂ ୬୮୪୧୬ ପୁରୀ-କଟକ ପାସେଞ୍ଜର୍‌ ଏପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରି ପାରି ନାହିଁ। ୧୮୪୦୯ ହାଓଡ଼ା-ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌, ୧୨୮୮୧ ହାଓଡ଼ା-ପୁରୀ ଗରିବ ରଥ ଏକ୍ସପ୍ରେସ୍‌, ୧୨୮୩୭ ହାଓଡ଼ା-ପୁରୀ ଏକ୍ସପ୍ରେସ୍‌, ୧୮୪୫୧ ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ୍‌, ୧୮୪୭୮ ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌, ୧୨୮୦୨ ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ପୁରୀରେ ପହଞ୍ଚି ସାରିଛି।

ସମ୍ପ୍ରତି ଭୁବନେଶ୍ୱର ଷ୍ଟେସନ୍‌ରେ ପରିସ୍ଥିତି ସ୍ୱାଭାବିକ ରହିଛି। କେତେକ ଷ୍ଟେସନ୍‌ରେ କେବଳ କେତୋଟି ମାଲଗାଡ଼ି ଅଟକି ରହିଛି।

ଟ୍ରେନ୍‌ଗୁଡ଼ିକ ବିଳମ୍ବରେ ଚାଲୁଥିବାରୁ ଆଜି ପାଇଁ ୬୮୪୩୮/୬୮୪୩୭ କଟକ-ଭଦ୍ରକ-କଟକ ପାସେଞ୍ଜର୍‌, ୬୮୪୧୧/୬୮୪୧୨ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଓ ୫୮୪୦୬/୫୮୪୦୫ ପାରାଦୀପ-କଟକ-ପାରାଦୀପ ପାସେଞ୍ଜର୍‌ ଲିଙ୍କ୍‌ ଟ୍ରେନ୍‌ଗୁଡ଼ିକୁ ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର