ପିଚୁ ହେଲା ସର୍ଭିସ ରୋଡ୍‌

ପିଚୁ ହେଲା ସର୍ଭିସ ରୋଡ୍‌

ଧର୍ମଶାଳା: ଜାତୀୟ ରାଜପଥ ୫୩ ର ସଂପ୍ରସାରଣ କରୁଥିବା ଏମ୍ଏସ୍‌ଆଇଏଲ୍ ଠିକାସଂସ୍ଥା ବିକଳ୍ପ ବ୍ୟବସ୍ଥା ନକରି ଧର୍ମଶାଳା ବ୍ଳକ୍ ପାଖର ପଞ୍ଚାୟତର ମାଣ୍ତିଆ ଛକଠାରୁ ଓସରା ପର୍ଯ୍ୟନ୍ତ ସର୍ଭିସ୍‌ ରୋଡ୍ ତାଡ଼ି ଦେଇଥିଲା। ରାସ୍ତା ପାର୍ଶ୍ବରେ ବହୁ ସିମେଣ୍ଟ ସ୍ଲାବ୍ ଗଦା ହୋଇଛି। ଧୂଳି ଓ ଧୂଆଁରେ ଲୋକମାନେ କଲବଲ ହେଉଥିବା ବେଳେ ଖଣ୍ତିଆଖାବରା ରାସ୍ତାରେ ଯାତାୟାତ କରିବା ସ୍ଥାନୀୟ ଓସରା, ମାଣ୍ତିଆ, ପାଖର ଓ ବିରିବାଟି ଗ୍ରାମବାସୀଙ୍କ ପାଇଁ ବହୁ ଅସୁବିଧା ହେଉଥିଲା। ଏ ସଂପର୍କରେ ‘ସମ୍ବାଦ’ରେ ଗତ ୧୦ତାରିଖରେ ଖବର ପ୍ରକାଶ ପାଇବା ପରେ ଆଜି ସନ୍ଧ୍ୟାରେ ସଂପୃକ୍ତ ଠିକାସଂସ୍ଥା ପିଚୁ କରବା ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଠିକାଦାରଙ୍କ ମନମାନି ବିରୋଧରେ ସ୍ଥାନୀୟ ଗ୍ରାମବାସୀ ଗତ ମାର୍ଚ୍ଚ ୫ତାରିଖରେ ରାସ୍ତାରୋକ କରିଥିଲେ। ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତାରୋକ ସ୍ଥଗିତ ରହିଥିଲା। ସମସ୍ୟାର ସମାଧାନ ପାଇଁ ପରଦିନ ଧର୍ମଶାଳା ତହସିଲଦାର, ଆଇଆଇସି, ଠିକାସଂସ୍ଥା କର୍ତ୍ତୃପକ୍ଷ ଓ ସମାଜସେବୀ ନକୁଳ ଚନ୍ଦ୍ର ନାୟକଙ୍କୁ ନେଇ ଥାନାରେ ଏକ ବୈଠକ ହୋଇଥିଲା। ଆସନ୍ତା ୧୫ଦିନ ମଧ୍ୟରେ ସର୍ଭିସ୍‌ ରୋଡ୍ କରିବା ସହିତ ଧୂଳି ଉଡୁଥିବାରୁ ଦୈନିକ ୫ଥର ପାଣି ସିଞ୍ଚନ କରିବ ବୋଲି ଠିକାସଂସ୍ଥା ପ୍ରତିଶ୍ରୁତି ଦେଇଥିଲା। ହେଲେ ଏହି ପ୍ରତିଶ୍ରୁତିକୁ ମାସେ ବିତି ଯାଇଥିଲେ ମଧ୍ୟ ଠିକାସଂସ୍ଥା ସର୍ଭିସ୍‌ ରୋଡ୍ କାମ ଆରମ୍ଭ କରିନଥିବା ବେଳେ ପ୍ରତିଶ୍ରୁତି ମୁତାବକ ରାସ୍ତାରେ ପାଣି ପକାଉ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe