ଭୁବନେଶ୍ୱର: ରଥଯାତ୍ରା ସମୟରେ ବିଶୃଙ୍ଖଳା ରୋକିବା ପାଇଁ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ ଲାଗି ଶ୍ରୀମନ୍ଦିର ପ୍ରଶାସନ ଆଜି ଆଉ ଏକ ପଦକ୍ଷେପ ନେଇଛି। ରଥଯାତ୍ରା ସମୟରେ ଦାନ ଓ ଦକ୍ଷିଣା ଗ୍ରହଣ ଉପରେ ସେବାୟତ ଓ ଦଇତାପତିମାନଙ୍କ ଉପରେ କଟକଣା ଲଗାଇଛି ପ୍ରଶାସନ। ରଥଯାତ୍ରା ସମୟରେ କୌଣସି ଭକ୍ତଙ୍କ ଠାରୁ ସେବାୟତ ଓ ଦଇତାପତିମାନେ ଦାନଦକ୍ଷିଣା ସଂଗ୍ରହ କରି ପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ଏଥର ରଥଯାତ୍ରାରେ ରଥ ଦାୟିତ୍ୱରେ ଥିବା ଦଇତାପତି ଓ ସେବାୟତମାନେ ଭକ୍ତଙ୍କ ଠାରୁ ଦାନ,ଦକ୍ଷିଣା ନେଇ ପାରିବେ ନାହିଁ। ଭକ୍ତଙ୍କ ଦାନକୁ ହୁଣ୍ଡିରେ ପକାଯିବ। ଏଥିପାଇଁ ୩ଟି ରଥ ପାଖରେ ୧୨ଟି ହୁଣ୍ଡି ସ୍ଥାପନ କରାଯିବ। ସେହିପରି ଶ୍ରୀଜୀଉମାନେ ରଥଯାତ୍ରାରେ ଯାଇ ଗୁଣ୍ଡିଚା ମନ୍ଦିରରେ ରହିବେ।ତେଣୁ ଜନ୍ମବେଦୀରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ହେବ। ସେଠାରେ ଭକ୍ତମାନେ ଯେଉଁ ପ୍ରଣାମୀ ଦେବେ ସେଥିପାଇଁ ମଧ୍ୟ ୬ଟି ହୁଣ୍ଡି ଗୁଣ୍ଠିଚା ମନ୍ଦିରରେ ସ୍ଥାପନ କରିବା ପାଇଁ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Rathyatra-Donationa_Thumbnail.jpg)