‘ସେବା ପେପର ମିଲ’କୁ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ପକ୍ଷରୁ ସବୁ ସହାୟତା ଯୋଗାଇ ଦିଆଯିବ: ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଜୟପୁର ନିକଟସ୍ଥ ସେବା ‘ପେପର ମିଲ’ଟି କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେଥି ସକାଶେ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ସଦନ ପରିସରରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ବିଭାଗୀୟ ମନ୍ତ୍ରୀ କ୍ୟାପ୍ଟେଟ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥଲେ ଯେ ପ୍ରାୟ ୧୦ ହଜାର ଲୋକ ‘ସେବା ପେପର ମିଲ’ ଉପରେ ନିର୍ଭର କରି ସେମାନଙ୍କ ପରିବାରର ଭରଣପୋଷଣ କରୁଛନ୍ତିା

୧୯୮୪ ମସିହାରୁ ଚାଲୁ ରହିଥବା ମିଲ ବନ୍ଦ ହେବା ଫଳରେ ଅନେକ ସମସ୍ୟା ଦେଖାଯାଉଛିା ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ସରକାରୀ ସ୍ତରରେ ଉଦ୍ୟମ ହେବା ଜରୁରୀ ହୋଇପଡ଼ିଛିା ସେବା ପେପର ମିଲର ଉଚ୍ଚ କର୍ତ୍ତୃପକ୍ଷ ପେପର ମିଲଟି କାର୍ଯ୍ୟକ୍ଷମ କରିବା ଦିଗରେ ଦେଖାଯାଉଥବା ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଇଥଲୋ ମନ୍ତ୍ରୀ କ୍ୟାପ୍ଟେଟ୍‌ ମିଶ୍ର ସଂପୃକ୍ତ ବିଭାଗୀୟ ସମସ୍ତ ସଚିବମାନଙ୍କ ସହିତ ମିଲଟି କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେ ଦିଗରେ ଆଲୋଚନା ଓ ବିଚାରବିମର୍ଶ କରି ଏହା କିଭଳି ପୁନର୍ବାର ଚାଲୁ ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥଲୋ ମିଲଟିକୁ କାର୍ଯ୍ୟକ୍ଷମ କରିବା ଦିଗରେ ସରକାରୀ ସ୍ତରରେ କୌଣସି ଅସୁବିଧା ଦେଖାଯିବ ନାହିଁ।

କଞ୍ଚାମାଲ ଯୋଗାଇବା ଦିଗରେ ଜଙ୍ଗଲଓ ପରିବେଶ ବିଭାଗ, ଜଳଯୋଗାଣ ଦିଗରେ ଜଳସଂପଦ ବିଭାଗ, ବିଦ୍ୟୁତ ଯୋଗାଇବା ଦିଗରେ ଶକ୍ତି ବିଭାଗ ଏବଂ ଅନ୍ୟାନ୍ୟ ସମସ୍ତ ବିଭାଗ ସଜାଗ ରହିଥବା ସଂପୃକ୍ତ ବିଭାଗୀୟ ସଚିବମାନେ ପ୍ରକାଶ କରିଥଲୋ ମିଲ୍‌ କର୍ତ୍ତୃପକ୍ଷଙ୍କୁ ଏକ ପ୍ରକଳ୍ପ ପ୍ରସ୍ତାବ’ ସରକାରଙ୍କଠାରେ ଉପସ୍ଥାପନ କରିବାକୁ ଜଣାଇ ଦିଆଗଲାା ସରକାରଙ୍କ ସ୍ତରରେ ଏକ କମିଟି ଗଠନ କରାଯାଇ ଏହି ପ୍ରକଳ୍ପ ପ୍ରସ୍ତାବକୁ ତର୍ଜମା କରି ଭବିଷ୍ୟତରେ ସାମୂହିକ ସୁବିଧା ଯେପରି ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥିର କରାଯାଇଥଲାା

ସମ୍ବନ୍ଧିତ ଖବର