ଖଡ଼ିଆଳ: ଗତ ୧ ତାରିଖ ଗୁଣ୍ଡିଚା ଯାତ୍ରା ଦିନ ରଥରୁ ପଡ଼ି ଗୁରୁତର ଆହତ ହୋଇଥିଲେ। ଶନିବାର ବାହୁଡ଼ା ଯାତ୍ରା ଦିନ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ସେବାୟତ ବଂଶୀଧର ଆଚାର୍ଯ୍ୟ। ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଛି।
ସୂଚନା ଅନୁସାରେ, ଗୁଣ୍ଡିଚା ଯାତ୍ରା ଦିନ ଖଡ଼ିଆଳରେ ରଥଟଣା ଆରମ୍ଭ ହୋଇଥିଲା। ଏହି ସମୟରେ ବିଦ୍ୟୁତ୍ ତାରରେ ରଥର ଶୀର୍ଷ ଭାଗ ଲାଗି ଭାଙ୍ଗିଯାଇଥିଲା। ଫଳରେ ଭାରସାମ୍ୟ ହରାଇ ସେବାୟତ ବଂଶୀଧର ଆଚାର୍ଯ୍ୟ ରଥ ଉପରୁ ତଳକୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଖଡ଼ିଆଳ ମିସନ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କ ମୃତ୍ୟୁ ଘଟିଥିଲା। ରବିବାର ଖଡ଼ିଆଳଠାରେ ତାଙ୍କ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/4-8.jpg)