ବର୍ଷା ଓ ବନ୍ୟା ନେଲା ୭ ଜଣଙ୍କର ଜୀବନ: ଏସ୍‌ଆରସି

ଭୁବନେଶ୍ୱର: ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ଏସ୍‌ଆରସି କହିଛନ୍ତି, ମୟୂରଭଂଜ ଜିଲ୍ଲାରେ ୪ ଜଣ, କେନ୍ଦୁଝର ଜିଲ୍ଲାରେ ୨ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି।। ବନ୍ୟା ଯୋଗୁଁ କାନ୍ଥପଡ଼ି ଓ ପାଣିରେ ଭାସିଯାଇ ଏମାନଙ୍କର ମୃତ୍ୟୁ ହୋଇଛି। ଏତଦ୍‌ ବ୍ୟତୀତ ମୟୂରଭଂଜ ଓ ବରଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତି ବନ୍ୟା ଜଳରେ ଭାସିଯାଇଥିବା ଜଣାଯାଇଛି।

ଏସ୍‌ଆରସି କହିଛନ୍ତି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଥିବା ବେଳେ ଏନଡିଆରଏଫ ଓ ଏସ୍‌ଡିଆରଏଫ କର୍ମଚାରୀଙ୍କ ଦ୍ୱାରା ୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର