ଚଣ୍ଡିଖୋଲ: ଜାତୀୟ ରାଜପଥ-୧୬ରେ ସଡ଼କ ଦୁର୍ଘଟଣା, ୭ ମୃତ

ଦୁର୍ଘଟଣାରେ ଜଣେ ମୃତ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ନେଉଳପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ନିକଟ ଜାତୀୟ ରାଜପଥ-୧୬ରେ ସଡ଼କ ଦୁର୍ଘଟଣା। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନାନୁସାରେ କୋଲକାତା ପଟୁ ଆସୁଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ଟ୍ରକୁକୁ ଧକ୍କା ଦେବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିିଥିବା ସମସ୍ତ ୭ ଜଣ କୋଲକାତା ଅଞ୍ଚଳର। ସେମାନେ କୋଲକାତାରୁ ଟ୍ରକ ଯୋଗେ ଆସୁଥିଲେ। ଦୁର୍ଘଟଣାର ଖବର ପାଇଁ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏଥିସହିତ ଧର୍ମଶାଳା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥ ନେଉଳପୁରଠାରେ ଗତକାଲି ଦୁଇଟି ଟ୍ରକ୍ ଧକ୍କା ହୋଇ ଜଳି ଯାଇଥିଲା। ଜଳିଯିବା ପରେ ଟ୍ରକଟି ରାସ୍ତା ଉପରେ ପଡ଼ି ରହିଥିଲା। ଆଜି ଭୋରରୁ ପଶ୍ଚିମବଙ୍ଗରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଆଇଚର ସେହି ଟ୍ରକକୁ ଧକ୍କା ଦେଇଥିଲା ।ସମସ୍ତ ମୃତଦେହ ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି।ମୃତକମାନେ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର କରୀମ ସର୍ଦ୍ଦାର, ରବାନି ସର୍ଦ୍ଦାର, ସୁରଜ ମଣ୍ଡଳ, ଅହମଦ ଅଲ୍ଲୀ ସର୍ଦ୍ଦାର, ମୟଜୀମ ସର୍ଦ୍ଦାର, ଜାହାଙ୍ଗୀର ସର୍ଦ୍ଦାର ଓ ଅମିରୁଲ ସର୍ଦ୍ଦାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe