ବ୍ରହ୍ମପୁର : ବ୍ରହ୍ମପୁର ବାଳସୁଧାର ଗୃହରେ ପୁଣି ଅଭାବନୀୟ କାଣ୍ଡ ଘଟାଇଛନ୍ତି ନାବାଳକ ଅନ୍ତେବାସୀ। ଆଜି ସକାଳେ ବ୍ରହ୍ମପୁର ବାଳସୁଧାର ଗୃହରୁ ୭ ଜଣ ନାବାଳକ ଅନ୍ତେବାସୀ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ଚାବି ଛଡ଼ାଇ ନେଇ ମୁଖ୍ୟ ଫାଟକ ତାଲା ଖୋଲି ଚମ୍ପଟ୍‌ ମାରିଛନ୍ତି। ପୂର୍ବ ଯୋଜନା ମୁତାବକ ଏହି ନାବାଳକ ଅନ୍ତେବାସୀମାନେ ଏଭଳି କାଣ୍ଡଘଟାଇଛନ୍ତି।

Advertisment

ସୂଚନା ଅନୁଯାୟୀ ଏହି ୭ଜଣ ନାବାଳକଙ୍କ ଘର ଗଂଜାମ, କଳାହାଣ୍ଡି, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ। ଆଜି ସକାଳେ ସେମାନେ ଏକାଠି ହୋଇ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ଡି.ରାମଣାଙ୍କୁ ସଂଘବଦ୍ଧ ଭାବେ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ତାଙ୍କ ଠାରୁ ଚାବିପେନ୍ଥା ଛଡ଼ାଇ ନେଇଥିଲେ। ତାପରେ ମୁଖ୍ୟ ଫାଟକ ଖୋଲି ଚମ୍ପଟ୍‌ ମାରିଥିଲେ। ଆହତ ସୁରକ୍ଷା କର୍ମୀଙ୍କ ଅଭିଯୋଗ କ୍ରମେ ଏ ନେଇ ବୈଦ୍ୟନାଥପୁର ଥାନରେ କେସ୍‌ନଂ ୧୧୩/୨୦ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।