କୋଭିଡ୍ ହସ୍ପିଟାଲ୍‌ରେ ଆଉ ୭ ମୃତ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଦିନକୁ ଦିନ ଉଦ୍‌ବେଗଜନକ ହେଲାଣି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ ମଧ୍ୟ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ ଆଉ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ୭ ଜଣ ମୃତକଙ୍କ ମଧ୍ୟରୁ ୪ ଜଣଙ୍କର ବୟସ ୬୦ ବର୍ଷରୁ ଅଧିକ ରହିଛି। ମୃତକକଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୮୦ ବର୍ଷୀୟା ବୃଦ୍ଧା, ସୁନ୍ଦରଗଡ଼ର ଜଣେ ୫୦ ବର୍ଷୀୟ ପୁରୁଷ, ବଲାଙ୍ଗୀରର ଜଣେ ୭୫ ବର୍ଷୀୟ ବୃଦ୍ଧ ଓ ଜଣେ ୭୨ ବର୍ଷୀୟ ବୃଦ୍ଧ, ଝାରସୁଗୁଡ଼ାର ଜଣେ ୬୮ ବର୍ଷୀୟ ବୃଦ୍ଧ ଏବଂ ଛତିଶଗଡ଼ର ଜଣେ ୪୦ ବର୍ଷୀୟ ପୁରୁଷ ଓ ଜଣେ ୪୩ ବର୍ଷୀୟା ମହିଳା ରହିଛନ୍ତି। ଏହି ୭ ମୃତକଙ୍କୁ ମିଶାଇ ବୁର୍ଲା କୋଭିଡ୍ ହସ୍ପିଟାଲ୍‌ରେ ମୋଟ ମୃତ୍ୟୁ ସଂଖ୍ୟା ୨୮୯ରେ ପହଞ୍ଚିଛି। ବର୍ତ୍ତମାନ ବୁର୍ଲା କୋଭିଡ୍ ହସ୍ପିଟାଲରେ ୧୩୫ ଜଣ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର