ଭୁବନେଶ୍ବର : ନିକଟରେ ଏଆଇସିସିର ରାଜସ୍ଥାନର ଉଦୟପୁରରେ ହୋଇଥିବା ନବ ସଂକଳ୍ପ ଶିବିରରେ ରାଜ୍ୟସ୍ତରରେ ଏକ ପଲିଟିକାଲ ଆଫାୟାର୍ସ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ଭିତ୍ତିରେ ଆଜି ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ବିଭିନ୍ନ ବର୍ଗର ପ୍ରତିନିଧିଙ୍କୁ ମିଶାଇ ୭ଜଣଙ୍କ ନାଁକୁ ଏଆଇସିସିର ସାଧାାଣ ସଂପାଦକ କେସି ବେଣୁଗୋପା​ଳଙ୍କୁ ସୁପାରିସ କରିଛନ୍ତି। ଏଥିରେ ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ବାଳ, ସାଂସଦ ସପ୍ତଗିରି ଉଲ୍ଲାକା, ଗଣେଶ୍ବର ବେହେରା, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା ଓ ଅନାମ ନାୟକ ରହିଛନ୍ତି।
କଂଗ୍ରେସର ପଲିଟିକାଲ ଆଫାୟାର୍ସ କମିଟି ପାଇଁ ୭ ଜଣଙ୍କ ନାଁ ସୁପାରିସ
/sambad/media/post_attachments/wp-content/uploads/2022/02/congress.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)