୭ଜଣ ବରିଷ୍ଠ ଓଏଏସ୍‌ଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟରତ ୭ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀ(ଓଏଏସ୍‌-ଏସ୍‌)ମାନଙ୍କୁ ଅତିରିକ୍ତ ଶାସନ ସଚିବ ପାହ୍ୟା(ଓଏଏସ୍‌-ଏସ୍‌ଏଜି)କୁ ପଦୋନ୍ନତି ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ବିଜ୍ଞପ୍ତି ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଯୁଗ୍ମ ସଚିବ ରେମିସ୍‌ କେର୍କେଟା, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ସୁଦର୍ଶନ ପଣ୍ଡା, ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟିର ଯୁଗ୍ମ ସଚିବ ଶିବନାରାୟଣ ନନ୍ଦ, ଜଗତ୍‌ସିଂହପୁର ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ବିଶ୍ବଜିତ୍‌ କେଶରୀ ଦାସ, ଖୋର୍ଧା ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ପଦବିରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଏମ୍‌ଡିଏମ୍‌ର ନୋଡାଲ୍‌ ଅଫିସର ତଥା ଯୁଗ୍ମ ସଚିବ ପଦକୁ ବଦଳି ହୋଇଥିବା ସରୋଜ କୁମାର ମିଶ୍ର, ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ବିଭାଗରେ ଯୁଗ୍ମ ସଚିବ ତଥା ଓଡ଼ିଆ ଭର୍ଚୁଆଲ୍‌ ଏକାଡେମିର ସଚିବ ସଂଗ୍ରାମ କେଶରୀ ମହାପାତ୍ର ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ଅଭୟ କୁମାର ନାୟକଙ୍କୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ସେମାନେ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ନିଜ ନିଜ ପଦବିରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।

ସମ୍ବନ୍ଧିତ ଖବର