୭ଜଣ ବରିଷ୍ଠ ଓଏଏସ୍‌ଙ୍କୁ ବଦଳି

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ୭ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) ପ୍ରକଳ୍ପ ନିର୍ଦେଶକ(ପିଡି) ଡ. ଉଦ୍ଧବ ଚରଣ ମାଝୀଙ୍କୁ କେନ୍ଦୁଝର ଡିଆରଡିଏ ପିଡି ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନକୁ ବଦଳି ହୋଇ ଆସିଛନ୍ତି କେନ୍ଦୁଝର ଡିଆରଡିଏ ପିଡି ନୃସିଂହ ଚରଣ ସ୍ବାଇଁ। ଯାଜପୁର ଡିଆରଡିଏ ପିଡି ବ୍ରଜଗୋପାଳ ଆଚାର୍ଯ୍ୟଙ୍କୁ ଜଗତ୍‌ସିଂହପୁର ଡିଆରଡିଏ ପିଡି ଭାବେ ବଦଳି କରାଯାଇଛି। ତେବେ ପୂର୍ବରୁ ତାଙ୍କୁ କୃଷି ବିଭାଗକୁ ଅତିରିକ୍ତ ସଚିବ ଭାବେ ହୋଇଥିବା ବଦଳି ଆଦେଶ ବାତିଲ ହୋଇଛି। ଓଡ଼ିଶା କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦେଶକ ସଦାନନ୍ଦ ନାୟକଙ୍କୁ ତାଙ୍କ ନିଜ ଦାୟିତ୍ବ ସହିତ କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦେଶକ ଅତିରିକ୍ତ ଦାୟିତ୍ବ ମିଳିଛି।

ବୌଦ୍ଧ ଡିଆରଡିଏ ପିଡି ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର ଭାବେ ବଦଳି କରାଯାଇଛି। ସେହିପରି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ପ୍ରକାଶ ମହାନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଶ୍ରୀଧର ନାୟକଙ୍କୁ କୃଷି ବିଭାଗକୁ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଜଗତ୍‌ସିଂହପୁର ଡିଆରଡିଏ ପିଡି ଶରତ କୁମାର ପୁରୋହିତଙ୍କ ବଦଳି ଆଦେଶ ବାତିଲ ହେବା ପରେ ତାଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ ଭାବେ ରହିବାକୁ ଅନୁମତି ଦିଆଯାଇଛି।

ସମ୍ବନ୍ଧିତ ଖବର