ପହଞ୍ଚିଲା ୭ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌, ଆଜି ଆଉ ୬

ଭୁବନେଶ୍ବର : ରାଜ୍ୟକୁ ଶ୍ରମିକ ସ୍ବତନ୍ତ୍ର ‌ଟ୍ରେନ୍‌ର ଆଗମନ ସଂଖ୍ୟା ବଢ଼ିବାରେ ଲାଗିଛି। ୧୧ ତାରିଖ ସୁଦ୍ଧା ଓଡ଼ିଶାକୁ ୨୨୨ଟି ସ୍ବତନ୍ତ୍ର ଟ୍ରେନ୍‌ ଆସିଥିବା ବେଳେ ଆଜି ଆଉ ୭ଟି ପହଞ୍ଚିଛି। ତେଲେଙ୍ଗାନାରୁ ସର୍ବାଧିକ ୫ଟି ଟ୍ରେନ୍‌ ରାଜ୍ୟର ବିଭିନ୍ନ ଷ୍ଟେସନ୍‌ରେ ଲାଗିଛି। ତେଲେଙ୍ଗାନାର ନାଗାପଲ୍ଲୀରୁ ନୂଆପଡ଼ା ରୋଡ୍, ଘଟକେଶ୍ବରରୁ ନୂଆପଡ଼ା ରୋଡ୍‌, ଘଟକେଶ୍ବରରୁ ବଲାଙ୍ଗୀର, ରାମାଗୁଣ୍ଡମ୍‌ରୁ ବଲାଙ୍ଗୀର ଓ କରିମ୍‌ନଗରରୁ ନୂଆପଡ଼ା ରୋଡ୍‌କୁ ଗୋଟିଏ ଲେଖାଏଁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଆସିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହାବ୍ୟତୀତ ବେଙ୍ଗାଲୁରୁରୁ ବାଲେଶ୍ବର ଓ ତାମିଲନାଡ଼ୁର ତିରୁଭାଲ୍ଲୁରରୁ ବଲାଙ୍ଗୀରକୁ ଗୋଟିଏ ଲେଖାଏଁ ଟ୍ରେନ୍‌ ଆସିଛି। ଏଥିସହ ଆଉ ୬ଟି ଟ୍ରେନ୍‌ ଆଜି ଓଡ଼ିଶା ଅଭିମୁଖେ ବାହାରିଛି। ତାମିଲନାଡ଼ୁର ତିରୁଭାଲ୍ଲୁରରୁ ବଲାଙ୍ଗୀରକୁ ଦୁଇଟି ଟ୍ରେନ୍‌ ଆସିବାକୁ ଥିବା ବେଳେ କେରଳର ଥିସୁରରୁ ବ୍ରହ୍ମପୁର, ତ୍ରିଭେନ୍ଦ୍ରମ୍‌ରୁ ଖୋର୍ଧା‌ରୋଡ୍‌, ଉତ୍ତରପ୍ରଦେଶର ଆକବର୍‌ପୁରରୁ ଖରିଆର ରୋଡ୍‌, ମହାରାଷ୍ଟ୍ରର ପାଲଘରରୁ ଖୋର୍ଧା ରୋଡ୍‌କୁ ଗୋଟିଏ ଲେଖାଏଁ ଟ୍ରେନ୍‌ ଆସୁଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ଆସନ୍ତାକାଲି (ଶନିବାର) ବିଭିନ୍ନ ଷ୍ଟେସନ୍‌ରେ ଲାଗିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର