ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗୋଟିଏ ଭଲ ଡାକ୍ତରଖାନା ପାଇଁ ସ୍ଥାନୀୟ ଲୋକଙ୍କ ସହ ରାଜନୈତିକ ଦଳଗୁଡିକ ମଧ୍ୟ ଦାବି କରିଆସୁଥିଲେ। ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କ ପାଇଁ ସାତ ମହଲା ବିଶିଷ୍ଟ ଏକ ବଡ ଡାକ୍ତରଖାନା ଉପହାର ଦେଇଥିଲେ, ଯାହାକି ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଗର୍ବ ଓ ଗୌରବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଟି ଦେଖିବା ପାଇଁ ମଲ ସଦୃଶ୍ୟ ହୋଇଛି। ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛି। ଦୂରରୁ ଦେଖିଲେ ଏତେ ବଡ କୋଠାଘର ମଲ ନା ଜିଲ୍ଲା ଚିକିତ୍ସାଳୟ କିଛି ଜାଣି ହେବ ନାହିଁ। ଏହି ଜିଲ୍ଲା ହସପିଟାଲକୁ ଦେଖିବାକୁ ବିଭିନ୍ନ ସ୍ଥାନରୁ ଲୋକେ ବୁଲିବାକୁ ଆସିଥାନ୍ତି।
ମାଲକାନଗିରିରେ ସରକାରଙ୍କର ଏହି ଅବଦାନ ଏକ ବଡ ଅବଦାନ ହୋଇଥିବା ବେଳେ ଏଠାରେ ରହିଥିବା ସମସ୍ୟା ଆଜି ପର୍ଯ୍ୟନ୍ତ ସୁଧୁରି ପାରୁନାହିଁ। ଜିଲ୍ଲା ହସପିଟାଲରେ ପ୍ରାୟ ୨୦୦ ଶଯ୍ୟା ରହିଛି। କିନ୍ତୁ ପ୍ରତିଦିନ ୩୦୦ରୁ ଊର୍ଦ୍ଧ୍ବ ରୋଗୀ ଏଠାରେ ଚିକିତ୍ସିତ ହେଉଛନ୍ତି। ବାଧ୍ୟ ହୋଇ କିଛି ରୋଗୀଙ୍କୁ ଶଯ୍ୟା ନମିଳିବାରୁ ତଳେ ଶୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ହସପିଟାଲରେ ୬୦ ଜଣ ଡାକ୍ତର ଦରକାର ପଡୁଥିବା ବେଳେ ଅଛନ୍ତି ମାତ୍ର ୩୦ ଜଣ। ୬୦ରୁ ୬୫ ଜଣ ନର୍ସ ରହିଥିବା ବେଳେ ଆହୁରି ୨୦ରୁ ଉର୍ଦ୍ଧ୍ବ ନର୍ସ ଦରକାର ପଡୁଛି। ଆହୁରି ୧୫ ଜଣ ଆଟେଣ୍ଡାଣ୍ଟ ଦରକାର ପଡୁଛି।
/sambad/media/post_attachments/wp-content/uploads/2021/07/Malkangiri-hospital1.jpg)
ସୁରକ୍ଷା ବ୍ୟବସ୍ଥାକୁ ଦେଖିବାକୁ ଗଲେ ଆହୁରି ୧୫ ଜଣ ସୁରକ୍ଷାକର୍ମୀ ଦରକାର ପଡୁଛନ୍ତି। ଏହି ହସପିଟାଲରେ ଉନ୍ନତମାନର ଅଲ୍ଟ୍ରା ସାଉଣ୍ଡ ମେସିନ, ଡାଏଲିସିସ ମେସିନ, ଡିଜିଟାଲ ଏକ୍ସରେ, ଏସଏନସିୟୁ, ଆଇସିୟୁ ରହିଛି। ତେବେ ଜିଲ୍ଲା ହସପିଟାଲରେ ସିଟି ସ୍କାନ ନଥିବାରୁ ରୋଗୀ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲା ହସପିଟାଲରେ ପାଣିର ଘୋର ଅଭାବ ପରିଲକ୍ଷିତ ଏବେ ବି ହେଉଛି। ଏଠାରେ ୨ ଲକ୍ଷ ଲିଟରର ଏକ ବଡ ପାଣି ଟାଙ୍କି ରହିଥିଲେ ମଧ୍ୟ ଆହୁରି ୨ ଲକ୍ଷ ଲିଟର ପାଣି ଟାଙ୍କିର ଆବଶ୍ୟକତା ପଡୁଛି।
/sambad/media/post_attachments/wp-content/uploads/2021/07/Malkangiri-hospital2.jpg)
ପଡୋଶୀ ରାଜ୍ୟ ଛତିଶଗଡରୁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି। ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଉଥିବାରୁ ଲୋକେ ପ୍ରଥମେ ଜିଲ୍ଲା ହସପିଟାଲରେ ଭର୍ତ୍ତି ହେବାକୁ ଚାହିଁଥାନ୍ତି। ମେଡିକାଲ ଦାୟୀତ୍ବରେ ବର୍ତ୍ତମାନ ଡାକ୍ତର ଅନୀଲ କୁମାର ମିଶ୍ର ରହିଥିବା ବେଳେ ସେ ଚିକିତ୍ସାଳୟରେ ଥିବା ସମସ୍ୟା ଏବଂ ସୁବିଧା ସଂପର୍କରେ ବଖାଣିଥିଲେ। ଜିଲ୍ଲା ହସପିଟାଲ ଏତେ ବଡ ଏବଂ ସୁନ୍ଦର ହୋଇଥିବା ବେଳେ ଆହୁରି ଶଯ୍ୟା ସଂଖ୍ୟା ବଢିବା ଦରକାର ବୋଲି କହନ୍ତି। ଏଥିସହ ପାଣିର ସୁବିଧା ହେଲେ ରୋଗୀ ଉପକୃତ ହୋଇପାରନ୍ତେ।
ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ମଧ୍ୟରୁ ବାସନ୍ତୀ ସରକାର ଏବଂ ଇ.ଶ୍ରାବଣୀ କହନ୍ତି ଜିଲ୍ଲା ହସପିଟାଲରେ ସମସ୍ତ ଆତ୍ୟାଧୁନିକ ସେବା ରହିଥିବା ବେଳେ ଡାକ୍ତରଙ୍କ ସେବାରେ ଆମେ ସନ୍ତୁଷ୍ଟ। ଗତ କିଛି ଦିନ ହେଲା ଦେହ ଖରାପ ଥିବାରୁ ଶଯ୍ୟାରେ ପଡିଥିବା ବେଳେ ଡାକ୍ତର ନିୟମିତ ଆସି ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସାରେ ଅବହେଳା କରୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Malkangiri-hospital.jpg)